ଥମିବାରେ ନାଁ ନେଉନି ଭଦ୍ରକରେ ନକଲି ଜର୍ଦ୍ଦା ବେପାର, ଆଜି ପୁଣି ଜବତ ହେଲା ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା

ଭଦ୍ରକ(କେନ୍ୟୁଜ୍):  ଦିନ କୁ ଦିନ ନକଲି ଜର୍ଦ୍ଦାର ହବ୍ ପାଲଟିଗଲାଣି ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳ।  ଆଜି ପୁଣି  ଜବତ ହୋଇଛି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ।

ଏ ନକଲି କାରବାରରେ ସମ୍ପୃକ୍ତ ଜଣକୁ ଗିରଫ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ। ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି।  ପୁରୁଣାବଜାର ଥାନା ଶଙ୍କରପୁର ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଖବର ପୋଲିସ ଜାଣିବାକୁ ପାଇଥିଲା।

ଆଜି ପୁରୁଣାବଜାର ପୋଲିସ ପକ୍ଷରୁ ଏକ ଟିମ ସମ୍ପୃକ୍ତ ଅଞ୍ଚଳକୁ ଚଢ଼ାଉ କରାଯିବା ସହ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ ସହ ଯନ୍ତ୍ରାଂଶ ଜବତ କରିଛି ପୋଲିସ।  ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିବା ସହ ଅଧିକ ପଚରା ଉଚୁରା କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.