Below header

ଭୁବନେଶ୍ୱରରେ ଜମି ପଜେସନ ଗ୍ୟାଙ୍ଗର ଆଉ ୫ ବାଉନସର ଗିରଫ

ଗତ ୨୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ନୟାପଲ୍ଲୀକୁ ବସ ଓ ଟ୍ରକ ଯୋଗେ ଶତାଧିକ ବାଉନ୍‌ସର ଆସି ଭଙ୍ଗାରୁଜା କରିଥିଲେ । ଜେସିବି ଲଗାଇ କୋଟି କୋଟି ଟଙ୍କାର ଦୋକାନକୁ ଧୂଳିସାତ କରିଦେଇଥିଲେ ରାଘବ ଜେନା ଗ୍ୟାଙ୍ଗ ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ଜମି ପଜେସନ ଗ୍ୟାଙ୍ଗର ଆଉ ୫ ବାଉନସର ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ଶିବପ୍ରସାଦ ବିଶୋଇ, ପ୍ରଭାତ କୁମାର ସାହୁ, ଲଲିଫ ଖାନ, ଫିରୋଜ ଖାନ ଓ ଏସ କେ ମୁସ୍ତାକିମ । ଏହାକୁ ମିଶାଇ ମାମଲାରେ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି । ଏଥିସହ ୨ ଜେସିବି ମେସିନ ଜବତ କରିଛି ପୋଲିସ । ହେଲେ ଏବେବି ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଫେରାର ରହିଛି । ସେହିପରି ପଜେସନ ପାଇଁ ବଟି ଦେଇଥିବା ଜମି ମାଲିକ ରଞ୍ଜିତ ଦାସପୁରିଆ ଓ ତାଙ୍କ ପତ୍ନୀ ମଧ୍ୟ ଫେରାର ଅଛନ୍ତି ।

ଏହି ଅଭିଯୁକ୍ତମାନେ ରାଜ୍ୟ ବାହାରେ ଲୁଚିଥିବା ସୁରାକ ମିଳିଛି । ଗତ ୨୪ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ନୟାପଲ୍ଲୀକୁ ବସ ଓ ଟ୍ରକ ଯୋଗେ ଶତାଧିକ ବାଉନ୍‌ସର ଆସି ଭଙ୍ଗାରୁଜା କରିଥିଲେ । ଜେସିବି ଲଗାଇ କୋଟି କୋଟି ଟଙ୍କାର ଦୋକାନକୁ ଧୂଳିସାତ କରିଦେଇଥିଲେ ରାଘବ ଜେନା ଗ୍ୟାଙ୍ଗ । ଏଥିପାଇଁ କୋଟିଏ ଟଙ୍କାର ବଟି କାରବାର ହୋଇଥିଲା । ପୂର୍ବରୁ ଏହି ଘଟଣାରେ ୨ ଲେଡି ଡନଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.