UPI ମାଧ୍ୟମରେ ଆସିବ ବ୍ୟାଙ୍କରୁ ଲୋନ୍ ଟଙ୍କା , କ’ଣ ରହିଛି ପୁରା ଘଟଣା ଜାଣି ନିଅନ୍ତୁ

UPI ମାଧ୍ୟମରେ ଆକାଉଣ୍ଟ କୁ ଆସିବ ଲୋନ ଟଙ୍କା । RBI ନେଲା ଏହାକୁ ନେଇ ଆଉ ଏକ ବଡ ନିଷ୍ପତି । ଏବେ ଆଉ ଲୋନ ଟଙ୍କା ପାଇବା ପାଇଁ ଆଉ କିଛି ଅସୁବିଧା ନାହିଁ । କଣ ରହିଛି ପୁରା ତଥ୍ୟ ଏବେ ଜାଣି ନିଅନ୍ତୁ ..

UPI ମାଧ୍ୟମରେ ଆକାଉଣ୍ଟ କୁ ଆସିବ ଲୋନ ଟଙ୍କା । RBI ନେଲା ଏହାକୁ ନେଇ ଆଉ ଏକ ବଡ ନିଷ୍ପତି । ଏବେ ଆଉ ଲୋନ ଟଙ୍କା ପାଇବା ପାଇଁ ଆଉ କିଛି ଅସୁବିଧା ନାହିଁ । କଣ ରହିଛି ପୁରା ତଥ୍ୟ ଏବେ ଜାଣି ନିଅନ୍ତୁ ..

ବର୍ତ୍ତମାନ ଟେକ୍ନୋଲୋଜି ଯୁଗରେ, ଘରୁ ବାହାରକୁ ଯିବାବେଳେ ସାଙ୍ଗରେ ପର୍ସ ନେବା ବାଧ୍ୟତାମୂଳକ ନୁହେଁ । କାରଣ ଗୁଗୁଲ୍ ପେ ପରି UPI ଦେୟ ବିକଳ୍ପ ଆମ ବ୍ୟସ୍ତ ବହୁଳ ଜୀବନକୁ ବହୁତ ସହଜ କରିଦେଇଛି । ଯଦି ଆପଣ କୌଣସି ଜିନିଷ କିଣୁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ନଗଦ ଟଙ୍କା ଦେବା ଆବଶ୍ୟକ ନାହିଁ, କାରଣ ଗୁଗୁଲ୍ ପେ ରେ ଆପଣ ସହଜରେ ଦେୟ କରିପାରିବେ ଏବଂ ସହଜରେ କାହାକୁ ଟଙ୍କା ମଧ୍ୟ ପଠାଇ ପାରିବେ ।

ଏବେର ସମୟରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶରେ ଡିଭିଟାଲ ପେମେଣ୍ଟର ୭୫ ପ୍ରତିଶତ ୟୁପିଆଇ ମାଧ୍ୟମରେ କରାଯାଉଛି । ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଭାରତର ୟୁପିଆଇ ଓ ସିଙ୍ଗାପୁରରର ପେ ନାଓ ମଧ୍ୟରେ କ୍ରସବର୍ଡର କନେକ୍ଟିଭିଟି ଲଞ୍ଚ କରିଥିଲେ ।

ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ ଏକ ବଡ଼ ଖବର ଆସିଛି । ୟୁପିଆଇର ବ୍ୟବହାରକୁ ଗୁରୁତ୍ୱ ଦେବା ପାଇଁ ବ୍ୟାଙ୍କ ଋଣକୁ ୟୁପିଆଇ ସହିତ ଯୋଡ଼ାଯିବ । ଦେଶରେ ୟୁପିଆଇ ଏକ ଲୋକପ୍ରିୟ ପେମେଣ୍ଟ ପ୍ଲାଟଫର୍ମ । ତେଣୁ ବିଭିନ୍ନ ସୁବିଧାକୁ ବିକଶିତ କରିବା ପାଇଁ ୟୁପିଆଇକୁ ଉପଯୋଗ କରାଯାଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

ସୂଚନା ଅନୁସାରେ ବ୍ୟାଙ୍କ ପୂର୍ବରୁ ଗ୍ରହଣ ହୋଇଥିବା ଋଣ ଭରଣା ୟୁପିଆଇ ନେଟୱାର୍କ ମାଧ୍ୟମରେ ହୋଇପାରିବ । ଫଳରେ ଏ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାରୁ ମୁକ୍ତି ମିଳିବ ଓ ଘରୋଇ ବଜାର ବିକାଶ ପାଇଁ ସହାୟତା ମିଳିବ । ବ୍ୟାଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଏହି ସୁବିଧା ଏବେ ଗ୍ରାହକମାନେ ୟୁପିଆଇ ଜରିଆରେ ପାଇପାରିବେ।

ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଥିବା ନେଣଦେଣ ବ୍ୟାଙ୍କର ଜମା ଖାତାରେ ହେଉଛି । କିଛି କ୍ଷେତ୍ରରେ ୱାଲେଟ ସହିତ ପି-ପେଡ କାର୍ଡ ଜରିଆରେ ମଧ୍ୟ ହେଉଛି । ତେବେ ଆରବିଆଇ ଖୁବଶୀଘ୍ର ଏନେଇ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବ । ନିକଟରେ ରୁପେ କ୍ରେଡିଟ କାର୍ଡକୁ ୟୁପିଆଇ ସହିତ ଯୋଡ଼ିବାକୁ ଅନୁମତି ମିଳିଥିଲା । ଆରବିଆଇର ଏହି ପଦକ୍ଷେପ ଫଳରେ ଗ୍ରାହକଙ୍କ ପାଇଁ ଋଣ ସୁବିଧା ପାଇବା ସହଜ ହୋଇଯିବ । ଏନେଇ ଦେଶରେ ଡିଜିଟାଲ ବ୍ୟାଙ୍କିଂ ସେବାରେ ଦ୍ରୁତ ବୃଦ୍ଧି ଘଟିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.