ଏବେ whatsapp ଦେବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର
ଦୈନ୍ୟନ୍ଦିନ ଜୀବନକୁ ସହଜ କରିବା ପାଇଁ WhatsAppରେ ସେଭ କରନ୍ତୁ ଏହି ୫ଟି ନମ୍ବର, ମିଳିଯିବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର
WhatsApp ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଚ ମେସେଜିଂ ଆପ୍ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ବନ୍ଧୁ ଓ ପରିଚିତଙ୍କ ସହ କଥା ହୁଅନ୍ତି। ହ୍ୱାଟ୍ସଆପ୍ ୟୁଜରମାନଙ୍କ ପାଇଁ ଖୁସି ଖବର । ହ୍ଵାଟ୍ସଆପ୍ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍ କରେ। ହ୍ୱାଟସ୍ଆପ୍ ଏହାର ଉପଭୋକ୍ତାମାନଙ୍କ ପାଇଁ ନୂତନ ଫିଚର ଆଣିବାରେ ଲାଗିଛି । କେତେକ ଫିଚର ରିଲିଜ୍ ହୋଇଛି ଅନ୍ୟ କିଛି ବିଟା ଦ୍ୱାରା ପରିକ୍ଷା କରାଯାଉଛି। ତେବେ ଆଜି ଆମେ ଯେଉଁ ଖବର ସମ୍ପର୍କରେ କହିବୁ ତା ଆପଣ ଆଗରୁ କେବେ ଶୁଣି ନଥିବେ । ଏବେ ଆପଣ ଏହା ମାଧ୍ୟମରେ ସବୁ କାମ କରିପାରୁଛନ୍ତି । ମାନେ ବ୍ୟସ୍ତ ବହୁଳ ଜୀବନରେ ଏହା କାମ କୁ ଟିକେ ସହଜ କରିଦେଉଛି । ଏବେ ବ୍ୟସ୍ତବହୁଳ ଜୀବନକୁ ଆଉ ଟିକେ ସରଳ କରିବା ପାଇଁ ୫ଟି ହ୍ୱାଟସଆପ ନମ୍ବର ଦିଆଯାଇଛି । ଯାହା ମାଧ୍ୟମରେ ଆପଣ ନିଜ ସମସ୍ୟାର ସମାଧାନ ତୁରନ୍ତ କରିପାରିବେ। ତେଣୁ ଏହି ୫ଟି ନମ୍ବରକୁ ଆଜି ହିଁ ସେଭ କରନ୍ତୁ।
ଫଟୋ, ଭିଡିଓ ଓ ଡକ୍ୟୁମେଣ୍ଟ୍ ସେୟାର କରିବା ବ୍ୟତୀତ ଚାଟିଂ କରିବା ପାଇଁ ହ୍ଵାଟ୍ସଆପ ଏକ ଭଲ ମାଧ୍ୟମ। ଲୋକମାନେ ସାଧାରଣତ ହ୍ୱାଟସ୍ଆପରେ ଚାଟିଂ ଏବଂ ଭିଡିଓ କଲ୍ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହା ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିପାରିବ।
୧- ସାର୍ଟିଫିକେଟ୍, କରୋନା ଅପଡେଟ୍ ପାଇଁ ହ୍ୱାଟସଆପ ନମ୍ବର :
କୌଣସି ସାର୍ଟିଫିକେଟ ଦରକାର ପଡିଲେ ଲୋକମାନେ ଏହାକୁ ଡିଜି ଲକରରୁ ଡାଉନଲୋଡ୍ କରନ୍ତି । ଡିଜି ଲକର ଓ କରୋନା ବାକ୍ସିନ ପାଇଁ 9013151515 whatsapp ନମ୍ବର କୁ ସେଭ କରନ୍ତୁ। ଡ୍ରାଇଭିଂ ଲାଇସେନ୍ସ , ପାନ କାର୍ଡ , ଆଧାର କାର୍ଡ ଓ ମାର୍କ ସିଟ ପାଇଁ ଆପଣ ଏହି ନମ୍ବର ରେ hi ପଠାଇଲେ ଆପଣାକୁ ଆପ୍ସନ ମିଳିବ । ପରେ ସିଲେକଟ କରି ଏହା ସମ୍ପର୍କରେ ଜାଣିପାରିବେ।
୨: ଟ୍ରେନରେ ଯାତ୍ରା କରୁଥିବା ବଳେ ଖାଦ୍ୟ ଅର୍ଡର କରିବା ପାଇଁ ହ୍ୱାଟସଆପ୍ ନମ୍ବର:
ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ ନିଜ ସିଟ୍ ଉପରେ ବସି 8750001323 କୁ ମେସେଜ କରି ଖାଦ୍ୟ ଅର୍ଡ଼ର କରିପାରିବେ ।ଏଥିରେ ଆପଣ ଖାଦ୍ୟ ମେନୁ ମଧ୍ୟ ଦେଖିପାରିବେ ।
୩- SBI କିମ୍ବା ଅନ୍ୟ ହ୍ୱାଟସ୍ଆପ୍ ନମ୍ବର:
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏକ ଆକାଉଣ୍ଟ ଖୋଲିବା ପରେ ବେଳେ ବେଳେ ସର୍ଭିସକୁ ନେଇ ଲୋକମାନଙ୍କର ଅଭିଯୋଗ ରହିଥାଏ । ଏଥିପାଇଁ ଆପଣ 9022690226 କୁ ମେସେଜ କରି ବାଲାନ୍ସ ଡିଟେଲସ ପାଇପାରିବେ ।
୪: ପିରିୟଡ୍ ଟ୍ରାକର୍ ହ୍ୱାଟସ୍ଆପ୍ ନମ୍ବର:
ପିରିୟଡ୍ ମିସ୍ କିମ୍ବା କୌଣସି ପ୍ରକାରର ସମସ୍ୟା ପାଇଁ ଅଧିକାଂଶ ମହିଳା ଅସୁବିଧାର ସାମ୍ନା କରନ୍ତି। ଏଥପାଇଁ ଆପଣ 9718866644 କୁ ମେସଜେ କରି ଏହା ସମ୍ପର୍କ ରେ ସ୍ଵସ୍ଥଗତ ସୁବିଧା ପାଇ ପାରିବେ । ଏହାସହ pregnancy ଉପରେ ମଧ୍ୟ ସବୁ ତଥ୍ୟ ପାଇଯିବେ ।
୫- AI ଆଧାରିତ ଚାଟବୋଟ୍ ହ୍ୱାଟସ୍ଆପ୍ ନମ୍ବର:
କଲେଜ ଓ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ କୌଣସି ପ୍ରଶ୍ନର ଉତ୍ତର ନମିଳିବା କାରଣରୁ ହଇରାଣ ହୁଅନ୍ତି। ଏମିତିରେ ଆପଣ 8400400400 କୁ ମେସେଜ କରି ଉତର ପାଇଯିବେ ।