ପାଳିତ ହୋଇଛି ଗଞ୍ଜାମ ପ୍ରସିଦ୍ଧ ପଞ୍ଚୁ ଦଣ୍ଡ ମେଳା

ଚଳିତ ଥର ଖୁବ ଧୂମଧାମରେ ପାଳିତ ହୋଇଛି ଗଞ୍ଜାମ ପ୍ରସିଦ୍ଧ ପଞ୍ଚୁ ଦଣ୍ଡ ମେଳା , ୧୩ ଦିନ ବ୍ୟାପି ହେଉଥିବା ଏହି ମେଳା କୁ ଦେଖିବାକୁ ଆସୁଛନ୍ତି ଅନେକ ଲୋକ

ଚଳିତ ଥର ଅନୁଷ୍ଠିତ ହୋଇଛି ଗଞ୍ଜାମ ର ପ୍ରସିଦ୍ଧ ଚୈତ୍ର ପର୍ବ ଦଣ୍ଡଯାତ୍ରା । ମାନସିକଧାରୀ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଏହି ଦଣ୍ଡଯାତ୍ରାରେ ସବୁଠୁ ଆକର୍ଷଣୀୟ ହେଉଛି ପଞ୍ଚୁଦଣ୍ଡ ମହାମିଳନ । ଏନେଇ ଭଂଜନଗରର ଭେଜିପୁଟ , ଜିଲୁଣ୍ଡି , ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ଅଂଚଳରେ ଆୟୋଜିତ ହୋଇଯାଇଛି ପଞ୍ଚୁଦଣ୍ଡ ଯାତ୍ରା । ଭେଜିପୁଟ ଓ ଜିଲୁଣ୍ଡି ଗାଁରେ ଚଳିତ ଥର ଦଣ୍ଡଯାତ୍ରାର ଆକର୍ଷଣୀୟ ଉତ୍ସବ ପଞ୍ଚୁଦଣ୍ଡ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଦଣ୍ଡ ଦଳ ପକ୍ଷରୁ ଧୂଳିଦଣ୍ଡ , ଜଳଦଣ୍ଡ ଏବଂ ଅଗ୍ନିଦଣ୍ଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶେଷ କରି ଏହି ଯାତ୍ରାରେ ପଞ୍ଚକାଳୀଙ୍କ ମହାମିଳନ ସବୁଠାରୁ ଆକର୍ଷଣୀୟ ହୋଇଥିଲା।

ଅଧିକାଂଶ ସ୍ଥାନରେ ଦୀର୍ଘବର୍ଷ ପରେ ଏଭଳି ପଞ୍ଚୁଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ୍ କଟକଣା ପାଇଁ ଗତ କିଛି ବର୍ଷ ଦଣ୍ଡଯାତ୍ରା ପାଇଁ ଗହଳି ଦେଖିବାକୁ ମିଳିନଥିଲା । ଚଳିତବର୍ଷ କିନ୍ତୁ ଦଣ୍ଡଯାତ୍ରା ଓ ପଞ୍ଚୁଦଣ୍ଡ ଆୟୋଜନ ଭକ୍ତ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା । ଏଥର ଜିଲୁଣ୍ଡି ଠାରେ ଆୟୋଜିତ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେଅନେକ ସ୍ଥାନ ରୁ ଭକ୍ତ ଙ୍କ ସମାଗମ ହୋଇଛି । ପଞ୍ଚକାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇଛି ।

ବିଭିନ୍ନ ସ୍ଥାନରେ ହେଉଥିବା ଦଣ୍ଡଯାତ୍ରା ଏବଂ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା ଦେଖିବାକୁ ଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ସେତିକି ଆଗ୍ରହ ରାତ୍ରିରେ ଆୟୋଜନ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଦେଖିବା ପାଇଁ ଦେଖିବାକୁ । ବିଭିନ୍ନ ଯାତ୍ରା ଦଳ ପକ୍ଷରୁ ବ୍ୟୟବହୁଳ ଯାତ୍ରା ନାଟକ ପରିବେଷଣ ଆଉ ଏକ ଆକର୍ଷଣ ପାଲଟିଛି ।

ଗଂଜାମ ର ପ୍ରସିଦ୍ଧ ଏହି ଦଣ୍ଡଯାତ୍ରା ଓ ପଞ୍ଚୁଦଣ୍ଡ ଯାତ୍ରା ଦେଖିବା ପାଇଁ ବାହାର ରାଜ୍ୟରେ ରହୁଥିବା ଜିଲ୍ଲାର ଅଧିକାଂଶ ପରିବାର ଏବଂ ଯୁବପିଢି ମାନେ ନିଜ ନିଜ ଗାଁ କୁ ଆସିଥାନ୍ତି ଏହା ଯାତ୍ରାରେ ସାମିଲ୍ ହେବାପାଇଁ । ବିଶେଷ କରି ୧୩ ଦିନ ଧରି ଆୟୋଜିତ ହେଉଥିବା ଦଣ୍ଡଯାତ୍ରା ର ସୁଯୋଗକୁ ଜିଲ୍ଲାର କୌଣସି ଜନସାଧାରଣ ହାତଛଡ଼ା କରିବାକୁ ଚାହିଁନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.