ପୋଷ୍ଟ ଅଫିସର ଏସବୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ହେଲା ସହଜ, ଜାଣନ୍ତୁ ସହଜ ଷ୍ଟେପ

ଏବେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ପୋଷ୍ଟ ଅଫିସ୍ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରିପାରିବେ। ପୋଷ୍ଟ ଆଫିସ ର ସେଭିଂ ଆକାଉଣ୍ଟ୍, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ବା ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟକୁ NEFT ଏବଂ RTGS ମାଧ୍ୟମରେ ଟଙ୍କା ପଠାଇ ପାରିବେ । ଏହାକୁ ନେଇ ଏକ ନିର୍ଦେଶ ନାମା ମଧ୍ୟ ଜାରି କରାଯାଇଛି ।

ଏବେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ପୋଷ୍ଟ ଅଫିସ୍ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରିପାରିବେ। ପୋଷ୍ଟ ଆଫିସ ର ସେଭିଂ ଆକାଉଣ୍ଟ୍, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ବା ପିପିଏଫ୍ ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟକୁ NEFT ଏବଂ RTGS ମାଧ୍ୟମରେ ଟଙ୍କା ପଠାଇ ପାରିବେ । ଏହାକୁ ନେଇ ଏକ ନିର୍ଦେଶ ନାମା ମଧ୍ୟ ଜାରି କରାଯାଇଛି ।

ଯୋଗାଯୋଗ ମନ୍ତ୍ରଣାଳୟ ଏକ ସର୍କୁଲାର ଜାରି କରି କହିଛନ୍ତି ଯେ, ଆକାଉଣ୍ଟଧାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଅନେକ ସମସ୍ୟା ହେଉଥିବା କାରଣରୁ ଏହି ନିଷ୍ପତି ନିଆଯାଇଛି । ଏହି କାରଣରୁ ବ୍ୟାଙ୍କ ଆକାଉଣ୍ଟରୁ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ, PPF ଏବଂ SSA କୁ NEFT ଏବଂ RTGS ମାଧ୍ୟମରେ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

PPF ଏବଂ SSA ରେ ଟଙ୍କା ସ୍ଥାନାନ୍ତର କରିବା ପୂର୍ବରୁ କଣ କରିବାକୁ ହେବ ଜାଣି ନିଅନ୍ତୁ:

-ପୂର୍ବ ବର୍ଷର PPF ଏବଂ SSA ରେ କୌଣସି ବକେୟା ଦେୟ ରହିନଥିବ। ଆପଣଙ୍କୁ ନିକଟସ୍ଥ ଡାକଘରକୁ ଯାଇ ଏହାକୁ ଦାଖଲ କରିବାକୁ ପଡିବ।
-ଯଦି ଆପଣଙ୍କର PPF ଖାତାର ସମୟ ଶେଷ ହୋଇଛି, ତେବେ ଆପଣଙ୍କୁ ଏକ ବର୍ଷ ମଧ୍ୟରେ ଏହାକୁ ବୃଦ୍ଧି କରିବାକୁ ପଡିବ।
-ଆପଣ PPF ଏବଂ SSA ରେ ୫୦% ହାରରେ ପାଣ୍ଠି ସ୍ଥାନାନ୍ତର କରିପାରିବେ।
-ଆର୍ଥିକ ବର୍ଷରେ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ସ୍ଥାନାନ୍ତର ହୋଇପାରିବ।

ଏବେ ଜାଣନ୍ତୁ କିପରି କରିବେ ଟଙ୍କା ଟ୍ରାନ୍ସଫର :

– ପ୍ରଥମେ ଆପଣଙ୍କ ବ୍ୟାଙ୍କର ନେଟବ୍ୟାଙ୍କିଂକୁ ଲଗଇନ୍ କରନ୍ତୁ
-ତା’ପରେ ଦେୟ ସ୍ଥାନାନ୍ତରର ଅପ୍ସନ ବାଛନ୍ତୁ
-ଏହା ପରେ ଆକାଉଣ୍ଟ ହୋଲଡର ଙ୍କ ନାମ ଏଣ୍ଟ୍ରି କରନ୍ତୁ
-ପରେ ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ୍, PPF ଏବଂ SSA ର ଆକାଉଣ୍ଟ୍ ନମ୍ବର ଏଣ୍ଟ୍ରି କରନ୍ତୁ
-ପୁଣି ଥରେ ସବ ମିଟ କରନ୍ତୁ
-ତା’ପରେ ଇଣ୍ଟର ବ୍ୟାଙ୍କ ଟ୍ରାନ୍ସଫର ଉପରେ କ୍ଲିକ୍ କରନ୍ତୁ
-IFSC କୋଡ୍ ଏଣ୍ଟ୍ରି କରନ୍ତୁ।
-ଏହା ପରେ NEFT ର ଅପ୍ସନ ବାଛନ୍ତୁ
-ରାଶି ଏଣ୍ଟ୍ରି କରନ୍ତୁ।
-ଜମା ତଥା ବିନିଯୋଗ ଅପ୍ସନ ବାଛନ୍ତୁ
-ଏହା ପରେ ସର୍ତ୍ତକୁ ମାନି କ୍ଲିକ୍ କରନ୍ତୁ
-ଏହା ପରେ OTP ଏଣ୍ଟ୍ରି କରନ୍ତୁ
– ଏହା ପରେ ଟଙ୍କା ସ୍ଥାନାନ୍ତର ହୋଇଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.