Below header

ସୁସ୍ଥ ହେଲେ ଆଜିର ଆଉ ୭୨୮ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ଦେଲା ସୂଚନା। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୯୧,ଖୋର୍ଦ୍ଧାର ୪୯,କଟକର ୪୩,ବାଲେଶ୍ବରର ୩୩, ଯାଜପୁରର ୩୨, ଗଜପତିର ୨୩, ୟମୂରଭଞ୍ଜର ୧୯, ଅନୁଗୁଳର ୧୮, ଜଗତସିଂହପୁରର ୧୭, ନୟାଗଡର ୧୭, ସମ୍ବଲପୁରର ୧୧, ମାଲକାନଗିରିର ୧୦, ବରଗଡ,ଢେଙ୍କନାଳ,କେନ୍ଦ୍ରାପଡା,ପୁରୀ ଓ ସୁନ୍ଦରଗଡରୁ ୭ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି । ଏମାନଙ୍କ ସହ ବଲାଙ୍ଗିର,ଝାରସୁଗୁଡା ଓ ସୋନପୁରରୁ ୫ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକ ଓ ନବରଙ୍ଗପୁରରୁ ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। କେରାପୁଟରୁ ୩, ବୌଦ୍ଧ ଓ କେନ୍ଦୁଝରରୁ ୨ ଲଖାଏଁ କରୋନାରୁ ଆରୋଗ୍ୟ ଲାଭ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.