କମିଶନରରେଟ ପୋଲିସ ହାତରେ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ, ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଗତକାଲି ମାଷ୍ଟର ମାଇଣ୍ଟ ରଣପୁର ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ । ୩ ଶହ ଚାକିରି ଅଶାୟୀଙ୍କ ଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ । ଗତକାଲି ମାଷ୍ଟର ମାଇଣ୍ଟ ରଣପୁର ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ । ୩ ଶହ ଚାକିରି ଅଶାୟୀଙ୍କ ଠାରୁ ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ନିଜକୁ ସରକାରୀ ଚାକିରିଆ ପରିଚୟ ଦେଇ ଅନ୍ୟମାନଙ୍କ ବିଶ୍ୱାସ ଭାଜନ ହେଉଥିଲା । ଫେକ୍‌ ସରକାରୀ ଷ୍ଟାମ୍ପ ବ୍ୟବହାର କରି ନିଯୁକ୍ତି ପତ୍ର ଏବଂ ସର୍ଭିସ ବୁକ୍‌ ଦେଉଥିଲା । ଏହାସହ କଟକରେ ଆଞ୍ଚଳିକ ନିଯୁକ୍ତି ସୂଚନା କେନ୍ଦ୍ର ନାମକ ଏକ କନସଲଟାନ୍ସି ଖୋଲି ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ ।

ଗ୍ରାମ୍ୟ ଉନ୍ନୟନ ବିଭାଗରେ ଜେଇ, ଏସଡ଼ିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀରେ ଚାକିରି ପାଇଁ ନେଇଥିଲା ଟଙ୍କା । ପୁରୀରୁ ରହି ଅପରେଟ୍‌ କରୁଥିଲା ପୁରା ରାକେଟ୍‌ । ଲକ୍ଷ୍ମୀସାଗର ଥାନରେ ପିତବାସ ସାହୁଙ୍କ ଅଭିଯୋଗ ଆଧାରରେ ବିଭୂତି ଭୂଷଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ପିତବାସଙ୍କୁ ନକଲି ସର୍ଭିସ ବୁକ୍‌ ଦେଇ ୧୫ ଲକ୍ଷ ଟଙ୍କା ଠକିଥିବା ସେ ଅଭିଯୋଗ କରିଛନ୍ତି । ୨୦୧୪ରୁ ଏହି ରାକେଟ ଚଳାଇଆସୁଥିଲା ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.