ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ,କିନ୍ତୁ ବାତ୍ୟା ଭୟ ନାହିଁ

କେନ୍ୟୁଜ୍(ବ୍ୟୁରୋ): ସପ୍ତାହ ଶେଷରେ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପାରେ ପୁଣି ଏକ ଲଘୁଚାପ। ଆମେରିିକା ପାଣିପାଗ ସଂସ୍ଥା ଆକ୍ୟୁୱେଦର ପାଣିପାଗ ବିଜ୍ଞାନୀ ଏହି ଅନୁମାନ କରିଛନ୍ତି। କିନ୍ତୁ ଏହା ବାତ୍ୟାରେ ରୂପାନ୍ତରିତ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାଧାରଣତଃ ଅକ୍ଟୋବର ୧୫ ବେଳକୁ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରେ। ଏଥର କିନ୍ତୁ ବଙ୍ଗୋପସାଗ ଓ ଆରବସାଗରରେ ଲଘୁଚାପ ଯୋଗୁଁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି। ଅନୁମାନ କରାଯାଉଛି ଅକ୍ଟୋବର ୨୬ ସୁଦ୍ଧା ମୌସୁମୀ ଦେଶରୁ ସଂପୂର୍ଣ୍ଣ ପ୍ରତ୍ୟାହୃତ ହେବ।

ଆସନ୍ତା କାଲି  ଗଜପତି, ଗଂଜାମ, କୋରାପୁଟ, ପୁରୀ, ଜଗତସିଂହପୁରକୁ ଛାଡିଦେଲେ ରାଜ୍ୟର ପ୍ରାୟତଃ  ସବୁ ସ୍ଥାନରେ ପାଗ ଶୁଖିଲା ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି। ଓଡ଼ିଶାର ବାକି ଅଞ୍ଚଳରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ୨୩ ତାରିଖ ସୁଦ୍ଧା ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଅପସରି ଯିବାର ସମ୍ଭାବନା ରହିଛି ।

୨୫ ତାରିଖରୁ ରାଜ୍ୟ ମଧ୍ୟକୁ ଜମ୍ମୁ-କଶ୍ମୀର ଅଞ୍ଚଳରୁ ଉତ୍ତରା ପବନ ବହିବା ଆରମ୍ଭ ହେବ। ଏଣୁ ୨୬ ତାରିଖରୁ ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ। ୨୬ ରୁ ୨୮ ତାରଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨.୫ ଡିଗ୍ରି କମିବ। ତେବେ ୨୨ ତାରିଖରୁ ରାଜ୍ୟର ଭୁବନେଶ୍ୱର ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ୧.୯ରୁ ୧.୫ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ହାଲୁକା ଶୀତ ଅନୁଭୂତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.