ଦୁନିଆର ସବୁଠୁ ବଡ଼ ସାପ, ଏତେ ଓଜନ ଯେ ଉଠାଇବାକୁ ଆସିଲା କ୍ରେନ୍‌

ନୂଆଦିଲ୍ଲୀ : କାରବିୟା ଦେଶର ଡୋମନିକାରୁ ଏମିତି ଏକ ବିଶାଳକାୟ ସାପ ବାହାରିଛି ଯାହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ । ସାପଟି ଏତେ ବଡ଼ ଯେ ଏହାକୁ ଉଠାଇବାକୁ ଆସିଲା ଏକ କ୍ରେନ୍‌ । ଏହି ସାପଟି ରେନ୍‌ ଫରେଷ୍ଟରେ ଦେଖିବାକୁ ମିଳିଥିଲା ।

‘ଦି ସନ୍‌’ର ରିପୋର୍ଟ ଅନୁଯାୟୀ ଏହି ଜଙ୍ଗଲରୁ ମିଳିଥିବା ଜୀବିତ ସାପର ଲମ୍ବ ଥିଲା ୧୦ ଫୁଟ । ହେଲେ ଓଜନ ଏତେ ଥିଲା ଯେ ଏହାକୁ ଉଠାଇବାକୁ ଆସିଥିବା ଏକ କ୍ରେନ ବି ନାକେଦମ ହୋଇଯାଇଥିଲା ।
ଯେଉଁ ଜାଗାରେ ସାପଟିକୁ ଦେଖିବାକୁ ମିଳିଥିଲା ସେଠାରେ ଭୟଙ୍କର ବୋଆ କନଷ୍ଟିକ୍‌ଟର ପ୍ରଜାତିର ସାପ ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ସାପର ଓଜନ ପ୍ରାୟ ୧୩ ଫୁଟ ଲମ୍ବ ହୋଇଥାଏ ।

ଏହି ସାପ ଆକ୍ରମଣ କଲାବେଳେ ନିଜର ଶିକାରକୁ ପ୍ରଥମେ ନିଜ ଭିତରେ ଗୁଡ଼ାଇ ଜାକି ଦେଇଥାଏ । ପରେ ନିଜର ଦାନ୍ତ ସାହାଯ୍ୟରେ କାଟିଥାଏ । ତେବେ ଏହି ଭିଡ଼ିଓରେ ଦେଖାଯାଇଥିବା ସାପ କେଉଁ ପ୍ରଜାତିର ଏଯାଏ ସ୍ପଷ୍ଟ ହୋଇନାହିଁ ।

ପ୍ରକାଶଯୋଗ୍ୟ ଯେ ଡୋମିନିକାରେ ଥିବା ଏହି ରେନ୍‌ ଫରେଷ୍ଟର ଲମ୍ବ ୨୯ ମାଇଲ ଥିବା ବେଳେ ଏହାର ପ୍ରସ୍ତ ୧୬ ମାଇଲ ବୋଲି ଜଣାପଡ଼ିଛି । ଏହି ଜଙ୍ଗଳ ବନ୍ୟଜନ୍ତୁଙ୍କ ରହିବା ପାଇଁ ସବୁଠୁ ନିରାପଦ ସ୍ଥାନ ବୋଲି କୁହାଯାଏ । ତେଣୁ ଏହାକୁ ନେଚର ଆଇଲାଣ୍ଡ ବୋଲି ମଧ୍ୟ କୁହାଯାଏ । ଏଠାରେ ସର୍ବଦା ଦୁର୍ଲ୍ଲଭ ପ୍ରଜାତୀର ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।

ଏହି ସାପକୁ ପ୍ରଥମେ ଜଙ୍ଗଲରେ କାମ କରୁଥିବା ଲୋକେ ଦେଖିଥିଲେ । ପରେ ଏହାକୁ ହଟାଇବା ପାଇଁ କ୍ରେନ ଡକା ଯାଇଥିଲା । କ୍ରେନରେ ଯାଉଥିବା ବେଳେ ଏହାର ଦୃଶ୍ୟ ଭିଡ଼ିଓ କରାଯାଇଥିଲା ଯାହାକି ଖୁବ୍‌ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.