Below header

ଯାଜପୁର : ପୁଣି ଠାବ ହେଲା ପ୍ରାଚୀନ ମୂର୍ତ୍ତି, ନାରାୟଣଙ୍କ ପରେ ମୁଗୁନି ପଥର ଶିବଲିଙ୍ଗ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ନାରାୟଣଙ୍କ ପରେ ବାହାରିଲେ ଶିବ । ଗତ କିଛି ଦିନ ଧରି ଯାଜପୁର ସହ ବୈତରଣୀ ନଦୀରୁ ବିଭିନନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି ଉଦ୍ଧାର ହେଉଛି । ଆଜି ବୈତରଣୀ ନଦୀ ଦେବୀ ଘାଟରୁ ଏକ ନାରାୟଣ ମୂର୍ତ୍ତି ସହ ଅନ୍ୟ କିଛି ପ୍ରାଚୀନ କୀର୍ତ୍ତି ଉଦ୍ଧାର ହୋଇଥିବା ବେଳେ ସେପଟେ ସିଦ୍ଧେଶ୍ୱର ମନ୍ଦିର ନିକଟରୁ ପୁଣି ଏକ ଶିବ ଲିଙ୍ଗ ମିଳିଛି । ସମ୍ପୂର୍ଣ୍ଣ ମୁଗୁନି ପଥରରେ ତିଆରି ଏହି ଶିବଲିଙ୍ଗକୁ ଦେଖି ଲୋକେ ଏହାର ପୂଜାର୍ଚ୍ଚନା କରିବା ଆରମ୍ଭ କଲେଣି । ଜେସିବି ମାଟି ଖୋଳିବା ବେଳେ ଶିବଲିଙ୍ଗଟି ଠାବ ହୋଇଥିଲା ।

ସିଦ୍ଧେଶ୍ୱର ମନ୍ଦିର ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲୁଥିବା ବେଳେ ପାଞ୍ଚ ଫୁଟ ଉଚ୍ଚତାର ଏକ ମୁଗୁନି ପଥରରେ ନିର୍ମିତ ଶିବ ଲିଙ୍ଗ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିବ ଲିଙ୍ଗକୁ ସିଦ୍ଧେଶ୍ୱର ମନ୍ଦିରକୁ ନିଆଯାଇ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ଓ ସେବାୟତ। ଗତ ଶିବରାତ୍ରୀ ଦିନ ସିଦ୍ଧେଶ୍ୱର ମନ୍ଦିର ନିକଟ ବୈତରଣୀ ନଦୀ ଗର୍ଭରୁ ବାଲି ଖୋଳା ସମୟରେ ଉଦ୍ଧାର ହୋଇଥିଲା ବିରାଟ ଶିବଲିଙ୍ଗ। ତେବେ ଏତେ ସଂଖ୍ୟକ ଶିବଲିଙ୍ଗ ବାହାରିବା ଘଟଣା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.