Below header

ଛିଣ୍ଡୁନି କଥା,ଫ୍ୟାନ୍‌ ଓ ପ୍ରଶଂସକଙ୍କୁ ଟ୍ଵିଟ୍‌ରେ ମତ ମାଗିଲେ ଅନୁଭବ

କେନ୍ୟୁଜ୍(ବ୍ୟୁରୋ):   ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାଦ ପ୍ରସଙ୍ଗ । କଣ କରିବେ କି ପ୍ରକାର ନିଷ୍ପତ୍ତି ନେବେ ସେନେଇ ପ୍ରଶଂସକଙ୍କୁ ଟ୍ଵିଟ୍‌ କରି ମତାମତ ଲୋଡ଼ିଛନ୍ତି ଅନୁଭବ । ବିଳମ୍ବିତ ରାତିରେ ଟ୍ଵିଟ୍‌ କରିଥିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ଅନୁଭବ କହିଛନ୍ତି ମାନବିକ ଅଧିକାର କମିଶନ ଅଥବା ବାପା ଓ ମାଆ କାହାକୁ ବିଶ୍ୱାସ କରିବେ ସେ, ଯଦିଓ ସଠିକ୍‌ ଉତ୍ତର ସେ ଜାଣିଛନ୍ତି । ତଥାପି ଏ ସମ୍ପର୍କରେ ମୋତେ ସାହାଯ୍ୟ କରନ୍ତୁ ବୋଲି ଟ୍ଵିଟ୍‌ କରିଛନ୍ତି ଅନୁଭବ ।

anubhab twitter

ସେହିପରି ଅନ୍ୟ ଏକ ଟ୍ଵିଟରେ କହିଛନ୍ତି ଯେ ମାମଲା ଅଦାଲତରେ ବିଚାରଧିନ ରହିଛି କିନ୍ତୁ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ଚାଲିଛି ‘ଏ ସମ୍ପର୍କରେ ନିଷ୍ପତ୍ତି  ଅଦାଲତ ନେବେ’ ଓ ସତ୍ୟର ବିଜୟ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଗତକାଲି ଭଳି ବର୍ଷା ଓ ଅନୁଭବଙ୍କ ଘରେ ଆଜି ବି ପହଞ୍ଚିଛନ୍ତି ମାନବାଧିକାର ଟିମ୍‌ । ଦୁହିଁଙ୍କ ମଧ୍ୟରେ ସମାଧାନ କରିବାକୁ ଏହି ଟିମ୍‌ ଚେଷ୍ଟା ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.