ବୁଝାମଣା ? ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ସାମନା ସାମନି ହେଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ

କଟକ(କେନ୍ୟୁଜ୍):  କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ  ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ।  କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ଆସନ୍ତା ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରାଯାଇଛି। ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୂଚନା ଦେଇଛନ୍ତି।

ଆଇନ ତା ବାଟରେ ଯିବ ଓ ଆଗକୁ ଯାହା ବି ହେଉ ନ୍ୟାୟର ଜୟ ହେଉ ବୋଲି ଅନୁଭବ ପ୍ରତିକ୍ରିୟା ରଖିଛନ୍ତି। ଫ୍ୟାମିଲି କୋର୍ଟରେ ଅନ୍ୟ ଏକ ମାମଲାରେ ଏକ୍ସ ପାର୍ଟି ଶୁଣାଣୀ ପାଇଁ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏକ ପିଟିସନକୁ ଅନୁଭବଙ୍କ ପକ୍ଷରୁ ଆଉ ଆଗକୁ ନ ବଢ଼ାଇ ନଟ ପ୍ରେସ କରା ଯାଇଛି ବୋଲି ସୂଚନା ଦେଇଛନ୍ତି ଆଇନଜୀବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.