Below header

ନିଜର ନୂଆ ପ୍ରାଇଭେସୀ ପଲିସିକୁ ସ୍ଥଗିତ ରଖିଲା ହ୍ଵାଟ୍‌ସ ଆପ୍‌

ନିଜର ନୂଆ ପ୍ରାଇଭେସୀ ପଲିସିକୁ ସ୍ଥଗିତ ରଖିଛି ହ୍ଵାଟ୍‌ସ ଆପ୍‌ । ଯେଉଁମାନେ ନୂଆ ପଲିସିକୁ ଗ୍ରହଣ କରି ନାହାନ୍ତି ସେହି ଗ୍ରାହକଙ୍କ ସେବାରେ କୌଣସି କଟକଣା ଲଗାଯିବ ନାହିଁ। ଯେପର୍ଯ୍ୟନ୍ତ ଡାଟା ସୁରକ୍ଷା ଆଇନ ଆସି ନାହିଁ ସେପର୍ଯ୍ୟନ୍ତ ପଲିସିକୁ ସ୍ଥଗିତ ରଖିବା ନେଇ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଇଛି ହ୍ଵାଟ୍‌ସ ଆପ୍‌। କିନ୍ତୁ ନୂଆ ପଲିସିକୁ ଗ୍ରହଣ କରିବାକୁ ନିୟମିତ ସୂଚନା ପ୍ରଦାନ କରାଯିବ ବୋଲି ହ୍ଵାଟ୍‌ସ ଆପ୍‌ ପକ୍ଷରୁ କୁହାଯାଇଛି। ମେସେଜିଂ ଆପ୍‌ ହ୍ଵାଟ୍‌ସ ଆପ୍‌ ଫେସ୍‌ବୁକ୍‌ ମାଲିକାନାରେ ରହିଛି। ଗତ ଜାନୁଆରୀ ମାସରେ ହ୍ଵାଟ୍‌ସ ଆପ ତାର ପ୍ରାଇଭେସୀ ପଲିସିକୁ ଅପଡେଟ୍‌ କରିଥିଲା ।

ଯେଉଁଥିରେ ହ୍ଵାଟ୍‌ସ ଆପ୍‌ ବ୍ୟବହାରକାରୀଙ୍କ ଡାଟା ଫେସ୍‌ବୁକ୍‌ର ବ୍ୟାବସୟିକ ସହଯୋଗୀଙ୍କ ସହ ସେୟାର କରିବାକୁ ବ୍ୟବସ୍ଥା ରହିଥିଲା । ଏହାସହ ଯେଉଁମାନେ ପ୍ରାଇଭେସି ପଲିସିକୁ ଅପ୍‌ଡେଟ୍‌ ନ କରିବେ ସେମାନଙ୍କୁ ଦିଆଯାଉଥିବା ସେବାକୁ ସୀମିତ କରାଯିବାକୁ କହିଥିଲେ ହ୍ଵାଟ୍‌ସଆପ୍‌। ଏହାକୁ ନେଇ ତୀବ୍ର ବିରୋଧ ହେଲା । ଆଉ ଅଭିଯୋଗ ଉଠିଥିଲା ଏଥିରେ ବ୍ୟକ୍ତିଗତ ଡାଟା ଲିକ୍‌ ହେବାର ଅଧିକ ଚାନ୍ସ ଅଛି । ବର୍ତ୍ତମାନ ହ୍ଵାଟ୍‌ସ ଆପ୍‌ ସୂଚନା ଦେଇଛି ଡାଟା ସୁରକ୍ଷା ନେଇ ଆଇନ ନ ଆସିବା ପର୍ଯ୍ୟନ୍ତ ନୂଆ ପ୍ରାଇଭେସୀ ପଲିସିକୁ ସ୍ଥଗିତ ରଖାଯିବ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.