Below header

ଭୁବନେଶ୍ବରରେ ନାବାଳିକାକୁ ଖାଇବାକୁ ନଦେଇ କୁପୋଷଣା କରାଇଥିବା ଘଟଣା: ସାବତ ମା’ ବାପାକୁ ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାଲିପାଟଣା ବାରହଳ ଗାଁରେ ଶିଶୁକନ୍ୟାକୁ ନିର୍ଯାତନା ଘଟଣାରେ ସାବତ ମାଆ ଓ ବାପାକୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଶିଶୁକନ୍ୟାକୁ ମାନସିକ ଓ ନିର୍ଯାତନା ଦେବା ସହ ହାତରେ ଗରମ ପାଣି ପକାଇଦେଲେ ସାବତ ମାଆ ଓ ବାପା। ଏପରିକି ହାତ ଗୋଡ ବାନ୍ଧି  ରଖିବା ସହ ନିର୍ଯାତନା ଦେଇଥିଲେ ।

ଗୁରୁତର ଅବସ୍ଥାରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି OSCPCR ଅଧ୍ୟକ୍ଷା ଓ ଡିସିପିଓ। ଏହାସହ ଶିଶୁର ପାଠପଢା ପାଇଁ ପ୍ରତିମାସ ୨ ହଜାର ଟଙ୍କା ଅନୁଦାନ ଦେବାକୁ ସିଡବ୍ଲୁସିକୁ ଅନୁରୋଧ କରିଛି ଚାଇଲଡ୍‌ ଲାଇନ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.