Below header

ପୁଣି ବଢିଲା BSKY ନବୀନ କାର୍ଡର ଆବେଦନ ଅବଧି, ଫେବୃଆରୀ ୮ ଯାଏଁ କରିପାରିବେ ପଞ୍ଜିକରଣ

ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି । ଜାନୁୟାରୀ ୨୬ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିହେବ ।

ଭୁବନେଶ୍ୱର (କେନ୍ୟୁଜ): ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି । ଜାନୁୟାରୀ ୨୬ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଫେବୃୟାରୀ ୮ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିହେବ । ପୂର୍ବରୁ ଏହା ଜାନୁଆରୀ ୨୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ଗ୍ରାମାଞ୍ଚଳରେ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ନ୍ତୁ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଜିକରଣ ତାରିଖକୁ ବୃଦ୍ଧି କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଗ୍ରାମାଂଚଳ ଓ ପଂଚାୟତରରେ ସ୍ତରରେ ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯଦି ଜଣେ ବ୍ୟକ୍ତିଙ୍କର ପୂର୍ବରୁ BSKY କାର୍ଡ଼ ଅଛି, ତେବେ ତାଙ୍କୁ ନବୀନ କାର୍ଡ଼ର ସୁବିଧା ମିଳିବ ନାହିଁ । ଯଦି ବି ସେ ନବୀନ କାର୍ଡ଼ ଆପ୍ଲାଏ କରୁଛନ୍ତି, ତେବେ ତାହା ରିଜେକ୍ଟ ହୋଇଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.