କନ୍ଧମାଳକୁ ଫେରିଛି ଶୀତ, ୬ଂ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

କନ୍ଧମାଳକୁ ଫେରିଛି ଶୀତ। ଦିନ ୯ ଟା ପର୍ଯ୍ୟନ୍ତ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଇଛି। ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳକୁ ଫେରିଛି ଶୀତ । ଦିନ ୯ ଟା ପର୍ଯ୍ୟନ୍ତ ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଇଛି । ଫୁଲବାଣୀରେ ୮.୫ ଡିଗ୍ରୀ ତାପମାତ୍ରା, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି । ୬ଂ ତାପମାତ୍ରା ସହ ଜି ଉଦୟଗିରି ସବୁଠୁ ଥଣ୍ଡାର ସହର ହୋଇଛି । ଶୀତୁଆ ସକାଳରେ ପାର୍କ ଏବଂ ଚା ଦୋକାନରେ ଭିଡ଼ ଜୁମଛି ।  ସ୍ଥାନେ ସ୍ଥାନେ ଲୋକେ ମର୍ଣ୍ଣି ୱାର୍କରେ ବାହାରି ପଡିଛନ୍ତି । ସେହିପରି ଚା ଦୋକାନମାନଙ୍କରେ ଖଟି ଜମୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.