ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ, ଲୋୟର ପିଏମଜିରେ ଓଡ଼ିଶା ବଞ୍ଚାଓ ସମାବେଶରେ ଦେବେ ଯୋଗ

ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବିରାଟ ପଟୁଆରରେ ଆସିବେ କଂଗ୍ରେସ ଭବନ । ପରେ ଲୋୟର ପିଏମଜିରେ ଆୟୋଜିତ ଓଡ଼ିଶା ବଞ୍ଚାଓ ସମାବେଶରେ ଯୋଗଦେବେ ମଲ୍ଲିକାର୍ଜୁନ ଖଡଗେ । ସେଠାରେ ସାମିଲ ହୋଇଥିବା କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଓ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ ।

ସମାବେଶ ପରେ ଦଳର ବରିଷ୍ଠ ନେତା ଓ କଂଗ୍ରେସ ମେଣ୍ଟରେ ଥିବା ଦଳ ସହ ମଲ୍ଲିକାର୍ଜୁନ ଖଡଗେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଆଇସିସି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ। ତାଙ୍କ ପରେ ଫେବ୍ରୁଆରୀରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ୪ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ସଂଗଠନକୁ ସଜାଡି ରଣନୀତି କଲାଣି ରାଜ୍ୟ କଂଗ୍ରେସ । ପୁରୁଖା ନେତା ଦଳକୁ ଫେରୁଥିବା ବେଳେ ନିଲମ୍ବିତ ନେତାଙ୍କ ଉପରୁ ଆଦେଶ ପ୍ରତ୍ୟାହାର ବି ହେଉଛି ।