ଜାଡ଼ରେ ଥରୁଛି ସାରା ଓଡ଼ିଶା, କାଲିଠାରୁ କମିପାରେ ଶୀତ ଲହରୀ

ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ, ଉତ୍ତରୁ ଦକ୍ଷିଣ ସବୁଠି ଶୀତ । କାଲିଠାରୁ କମିପାରେ ଶୀତ ଲହରୀ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ ।

ଭୁବନେଶ୍ୱର (କେନ୍ୟୁଜ): ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ, ଉତ୍ତରୁ ଦକ୍ଷିଣ ସବୁଠି ଶୀତ । କାଲିଠାରୁ କମିପାରେ ଶୀତ ଲହରୀ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିପାରେ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହୁଥିବାରୁ ଗତ କିଛି ଦିନ ହେବା ରାଜ୍ୟରେ ବଢ଼ିଥିଲା ପାରଦ ।

ଆଜି ପରେ ରାଜ୍ୟରେ ବାୟୁ ଚଳାଚଳରେ ଧୀରେ ଧୀରେ ପରିବର୍ତ୍ତନ ଘଟିବ। ଅନ୍ୟପଟେ ଚଳିତ ମାସ ଶେଷକୁ ବର୍ଷା ସମ୍ଭାବନା ରହିଛି। ୩୧ ତାରିଖରୁ ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ଫେବ୍ରୁଆରୀ ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ସ୍ବଳ୍ପ ବର୍ଷା ସମ୍ଭାବନା ରହିଛି । ୨ ତାରିଖରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

You might also like