Below header

ଆଜିଠୁ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ ଆଡମିଶନ ପାଇଁ ଆବେଦନ

ଭୁବନେଶ୍ବର: ଆଜିଠୁ ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ,ସେଲଫ୍‌ ଫାଇନାନସିଂ କୋର୍ସ ଓ ସଂସ୍କୃତ ଶାସ୍ତ୍ରୀ ପଢିବା ପାଇଁ ଆରମ୍ଭ ହେଉଛି ଆବେଦନ । ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ www.dheodisha.gov.in/www.samsodisha.gov.inରେ ଥିବା କମନ୍‌ ଆପ୍ଲିକେସନ୍‌ ଫର୍ମରେ ଛାତ୍ରଛାତ୍ରୀ ଅନଲାଇନ ଆବେଦନ କରିବେ ।

୨୨ ତାରିଖ ଯାଏଁ ଆବେଦନ କରାଯାଇପାରିବ । କୌଣସି ସମସ୍ୟା ହେଲେ ଛାତ୍ରଛାତ୍ରୀମାନେ ଟୋଲ୍‌ ଫ୍ରି ନମ୍ବର ୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ ରେ ଯୋଗାଯୋଗ କରିପାରିବେ । ଆସନ୍ତା ୨୮ ତାରିଖ ଦିନ  ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ସ୍ଥାନିତ ଛାତ୍ରଛାତ୍ରୀ ସେପଟେମ୍ବର ୨୮ ରୁ ଅକ୍ଟୋବର ୧ ମଧ୍ୟରେ ଅନଲାଇନରେ ଆଡମିସନ ଫି ଦଖଲ କରିବେ । ପ୍ରଥମ ପଯ୍ୟାର୍ୟ ନାମଲେଖା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖରେ ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.