ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ, ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ନିଆଗଲା ପଦକ୍ଷେପ

ପୁରୀ: ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ତଥା ନୀତି ସମ୍ପୃକ୍ତ ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ସୁଆର ମହାସୁଆର ନିଯୋଗ ସହମତି ଜଣାଇଛି। ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର ଏବଂ ସିଂହଦ୍ୱାର ସମ୍ମୁଖରେ ପ୍ରତ୍ୟେକ ଦିନ ବହୁ ଲୋକଙ୍କ ଭିଡ଼ ହେଉଥିବାରୁ ଏଭଳି କଟକଣା ଜାରି କରାଯାଇଛି।

କେବଳ ପୁରୀ ସହର ଓ ସେବାୟତଙ୍କ ପାଇଁ ସ୍ୱଳ୍ପ ପରିମାଣର ଅବଢ଼ା ପ୍ରସ୍ତୁତି ହେବ। ଏଥିପାଇଁ ବୋଝିଆଙ୍କ ସଂଖ୍ୟା ୨୫ରେ ସୀମିତ ରଖାଯାଇଛି। ସୁଆର ନିଯୋଗ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଯୋଗାଇବା କାର୍ଯ୍ୟରେ ନିୟୋଜିତ ଶତାଧିକ ଲୋକ ଜୀବିକା ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ନିଯୋଗର ଏଭଳି ନିଷ୍ପତ୍ତି ବିରୋଧରେ ସସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.