Below header

୧୯ ଜଣଙ୍କୁ ଓଡ଼ିଶା ଅଗ୍ନିଶମ ସେବାର ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଅଗ୍ନିଶମ ସେବାର ନିଯୁକ୍ତି ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ। ଏଥିରେ ଯୋଗ ଦେଇଥିଲେ ଶକ୍ତି ଓ ଏମଏସଏମ୍‌ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା। ଉତ୍ସବରେ ୧୯ ଜଣ ପିଲାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମନ୍ତ୍ରୀ।

ଅଗ୍ନିଶମ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ବିପଦ ସମୟରେ ଲୋକମାନେ ବହୁ ଭରସା କରିଥାନ୍ତି ଏହା ଉପରେ। ଲୋକଙ୍କ ବିଶ୍ୱାସ ଭାବନ ହୋଇ ସେମାନଙ୍କ ଭରସା ଜିତିବାକୁ ସବୁବେଳେ ଚେଷ୍ଟାକରିବା ସହ ଜୀବନରେ ସାଧାରଣ ଭାବରେ ବଞ୍ଚି ଶିଖିବା କଥା କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏହି କାଯ୍ୟର୍କ୍ରମରେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.