Below header

ଆଜିଠୁ ୭ ଦିନିଆ ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ, ୧୦୦ଟି ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ । ଆଜିଠୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନାଙ୍କ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରିଛି ଇଡି । ସେମାନଙ୍କ ତଥ୍ୟ ଆଧାରରେ ପ୍ଲାନ୍‌ ପ୍ରସ୍ତୁତ ହୋଇଛି ।

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପରେ ପୁଣି ସେହି ବ୍ୟକ୍ତି ମାନଙ୍କୁ ଡାକି ମୁହାଁମୁହିଁ ଜେରା କରିବ ଇଡି । ୪ ବର୍ଷ ଭିତରେ କେମିତି ହେଲେ କୋଟିପତି ? କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି ? କାହାକୁ କାହାକୁ ଅର୍ଚ୍ଚନା ବ୍ଲାକମେଲିଂ କରିଛନ୍ତି ? ଟଙ୍କା ରୋଜଗାର କରିବାକୁ ଉତ୍ସ କ’ଣ ? ଅର୍ଚ୍ଚନାଙ୍କ କାରବାରରେ ଆଉ କିଏ ସାମିଲ ? ଏମିତି ପଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ।

ଗତକାଲି କୋର୍ଟରେ ହାଜର ହେବାବେଳେ ବିସ୍ଫୋରକ ବୟାନ ରଖିଥିଲେ ଅର୍ଚ୍ଚନା । ତଥାକଥିତ ଭିକ୍ଟିମ୍‌ କୁଆଡେ ଗଲେ ଓ ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠାରୁ ଟଙ୍କାଟିଏ ନେଇନଥିବା କହିଛନ୍ତି ଅର୍ଚ୍ଚନା ନାଗ୍‌ । ଅନ୍ୟପଟେ ଗତକାଲି ପବିତ୍ର ପାତ୍ର ଇଡିରେ ହାଜର ହୋଇଥିବା ବେଳେ ଆଜି ରଞ୍ଜିତ ବେହେରା ହାଜର ହେବେ । ରଞ୍ଜିତ ଜଣେ ଆର୍କିଟେକ୍ଟ । ତାଙ୍କ ସହ ଟଙ୍କା ନେଣଦେଣ ନେଇ ଇଡି ସୁରାକ ପାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.