ନକଲି କାରଖାନା ଠାବ: ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ୍‌ ଜବତ, ମାଲିକ ସହ ୪ କର୍ମଚାରୀ ଅଟକ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା ଛତାବର ପଞ୍ଚାୟତ ଅଳକର ଅଞ୍ଚଳରୁ ଏକ ନକଲି ସିଗାରେଟ୍‌ କାରଖାନା ଠାବ ହୋଇଛି। ଇନ୍‌ଫୋଭ୍ୟାଲି ଥାନା ପୋଲିସ୍ ୟୁ-୧୦ ନାମକ ଏକ ସଂସ୍ଥାରେ ଚଢ଼ଉ କରି ୩ଲକ୍ଷରୁ ଊର୍ଧ୍ବ ଟଙ୍କାର ନକଲି ସିଗାରେଟ୍‌ ଜବତ କରିଛି। ସଂସ୍ଥାର ମାଲିକ ରାଜା ରାଓକୁ ଅଟକ ରଖିବା ସହ ୪ କର୍ମଚାରୀଙ୍କୁ ପଚରାଉଚରା କରିଛି।

ଦୁଇ ବର୍ଷରୁ ଅଧିକ ହେବ ରାଜା ଛତାବର ଅଞ୍ଚଳରେ ୟୁ-୧୦ନାମକ ଏକ ସଂସ୍ଥା ଖୋଲି ସିଗାରେଟ୍‌ ପ୍ରସ୍ତୁତ କରୁଥିଲେ। ହେଲେ ଏହା ଭିତରେ ସେ ନାମୀଦାମୀ ବ୍ରାଣ୍ଡର ସିଗାରେଟ୍‌ ତିଆରି କରି ଶସ୍ତାରେ ରାଜଧାନୀ ସମେତ ଆଖପାଖ ବଜାରକୁ ଯୋଗାଉଥିଲେ। ଚଢ଼ଉ ବେଳେ ପୋଲିସ୍ ସେଠାରୁ ୬ପେଟିରୁ ଊର୍ଧ୍ବ ନକଲି ସିଗାରେଟ୍‌, ମେସିନ୍‌ ଏବଂ କେତେକ ଜିନିଷ ଜବତ କରିଛି।