ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

ମେଷ : ଆଜିର ଦିନ ଆପଣ ଧର୍ମ ଧ୍ୟାନ ତଥା ଦେବଦର୍ଶନରେ ଅଧିକ ସମୟ ଦେବେ। କୌଣସି ତୀର୍ଥ ସ୍ଥାନକୁ ଯିବାର ପ୍ରସଙ୍ଗ ବନିବ। ଶାରୀରିକ ଏବଂ ମାନସିକ ରୂପରେ ପ୍ରଫୁଲ୍ଲିତ ରହିବେ। ଭାଗ୍ୟବୃଦ୍ଧିର ସୁଯୋଗ ମିଳିବ। ପରିବାରରେ ଭାଇ-ଭଉଣୀମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବ୍ୟତୀତ ହେବ।

ବୃଷ : ଆଜିର ଦିନ ଅନୁକୂଳତାରେ ପରିପୂର୍ଣ୍ଣ ରହିବ। ଜୀବନସାଥୀଙ୍କ ସହିତ ଆପଣ ନିକଟତାର କ୍ଷଣର ଆନନ୍ଦ ଉଠା ପାରିବେ। ଦାମ୍ପତ୍ୟଜୀବନରେ ମଧୁରତା ରହିବ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କଆଡ଼କୁ ଆକର୍ଷଣ ଅନୁଭବ କରିବେ। ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।

ମିଥୁନ: ଆପଣ ଜିଦ୍ଦୀ ବ୍ୟବହାର ଛାଡ଼ିକରି ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ। ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରିପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବନାହିଁ।

କର୍କଟ : ଆଜି ଆପଣଙ୍କ ପାଖରେ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ହେବେ। ଚାକିରି ଏବଂ ବ୍ୟବସାୟରେ ସ୍ଥିତି ଆପଣଙ୍କର ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ବୃଦ୍ଧ ତଥା ବରିଷ୍ଠ ନାଗରୀକମାନଙ୍କ ଏବଂ ଉଚ୍ଚ ପଦାଧିକାରିମାନଙ୍କର କୃପା ଦୃଷ୍ଟି ରହିବା

ସିଂହ : ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଭ୍ରମଣ ଯୋଗୁ କ୍ଳାନ୍ତ ଅନୁଭବ କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ଉପକୃତ ହେବେ। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା : ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍ ଢଙ୍ଗରେ ଗ୍ରହଣ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ, ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ।

ତୁଳା : ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହେବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ ଓ ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।

ବିଛା : ହସଖୁସିରେ ଦିନଟିକୁ କାଟିବେ । କିନ୍ତୁ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ଅପରାହ୍ନରେ ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ, ସତର୍କ ରୁହନ୍ତୁ। ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

ଧନୁ : ଜମିଜମା ଓ ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ।

ମକର : କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ ଜୀବନ ସାଥୀର ସାହାଯ୍ୟ ସହଯୋଗ ପାଇ ମନୋବଳ ସୁଦୃଢ ହେବ। ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ।

କୁମ୍ଭ : ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।

ମୀନ : ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା ସହ ସରକାରୀ ସାହାଯ୍ୟ ମିଳିପାରେ। ବ୍ୟବସାୟ ପାଇଁ ଦୂର ଯାତ୍ରା କରି ଆଶାତୀତ ଫଳ ପାଇବେ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.