ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ଉଭା ଯେତିକି ପୋତା ସେତିକି

କଟକ(କେନ୍ୟୁଜ୍):  ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶ ୪ ଦିନର ଭିଜିଲାନ୍ସ ରିମାଣ୍ଡ ପରେ ଭିଜିଲାନ୍ସ କୋର୍ଟରେ ଚାଲାଣ ହୋଇଛନ୍ତି। ଗତ ୨୯ ତାରିଖରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ତାଙ୍କ ନିକଟରୁ ଜବତ କରିଛି ଭିଜିଲାନ୍ସ। ବହୁ ବେନାମୀ ବ୍ୟାଙ୍କ ଜମା ରଖିଥିବା ସେ ସ୍ୱୀକାର କରିଛନ୍ତି। ସବୁଠାରୁ ପରିତାପର ବିଷୟ ମୃତ ଶାଶୁଙ୍କ ନାମରେ ଆଶିଷ ଦାଶ ଟଙ୍କା ରଖୁଥିଲେ।୨୦୧୦ ମସିହାରୁ ତାଙ୍କ ଶାଶୁ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ନାମରେ ଦୁଇଟି ଆକାଉଣ୍ଟ ଚଳାଉ ଥିଲେ। ସେହି ଆକାଉଣ୍ଟରେ ସେ ୬୪ ଲକ୍ଷ ଟଙ୍କା ଜମା ଦେଇଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବକାଳୀନ ରେକର୍ଡ଼ ଭାବେ ନଗଦ ୧ କୋଟି ୩୬ ଲକ୍ଷ ଟଙ୍କା ତାଙ୍କ ନିକଟରୁ ଭିଜିଲାନ୍ସ ଜବତ କରିଥିଲା।

ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ନିକଟରୁ ଏ ପର୍ଯ୍ୟନ୍ତ ୯ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ୨ କିଲୋ ୧୦୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି। ବିଭିନ୍ନ ଇନ୍ସୁରାନ୍ସ ଓ ଫିକ୍ସ ଡିପୋଜିଟ ୪ କୋଟି ଟଙ୍କାର ଥିବା ଜଣାପଡିଛି। ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାଁରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ  ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି। ଏଲଆଇସି ଓ ମ୍ୟାକ୍ସ ଲାଇଫ  ଇନସ୍ୟୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେଉଁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି। ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ଏହାସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଜାଣି ପାରିଛି ଭିଜିଲାନ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.