Below header

ନବରାତ୍ରିରେ ତିଆରି କରନ୍ତୁ ଚଟପଟା ସାଗୁଦାନା ଟିକ୍କି, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

ଆରମ୍ଭ ହୋଇଯାଇଛି ଚୈତ୍ର ନବରାତ୍ରି। ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି।ତେବେ ଆପଣ ଯଦି ଓଷା କରୁଛନ୍ତି ଓ ସାଧା ଖାଦ୍ୟ ଖାଇ ବିରକ୍ତ ହୋଇଯାଉଛନ୍ତି, ଆପଣ ତିଆରି କରିପାରିବେ ଚଟପଟା ସାଗୁଦାନା ଟିକ୍କି।
ସାବୁ ଦାନା ଟିକ୍କି ଆପଣ ନବରାତ୍ରି ଉପବାସ ସମୟରେ ଖାଇପାରିବେ। ଏହାର କାରଣ ହେଉଛି ସାବୁ ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ ଓ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ।

sabu dana tikki
picture credit – cook pad. com

ଟିକ୍କି ତିଆରି ପାଇଁ ଉପାଦାନ:
-ସାଗୁଦାନା ୫୦୦ ଗ୍ରାମ
-ତେଲ ଦେଢ଼ କପ୍
– ସିଝା ଆଳୁ ୨ ଟି
– ଗ୍ରୀନ ଚିଲି ୩ ଟି
– ଧନିଆ ପତ୍ର ଅଧା କପ୍
– ସ୍ୱାଦ ଅନୁଯାୟୀ ଲୁଣ
– ରେଡ୍ ଚିଲି ପାଉଡର ଗୋଟେ ଚାମଚ
– ବାଦାମ ଅଧା କପ୍

ସାଗୁଦାନା ଟିକ୍କି କିପରି ତିଆରି କରିବାର ପ୍ରଣାଳୀ:
ସାଗୁଦାନା ଟିକ୍କି ତିଆରି କରିବା ପାଇଁ ପ୍ରଥମେ ସାଗୁଦାନାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଏହାକୁ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ। ଏହା ସହିତ ସିଝା ଆଳୁକୁ ଆଣନ୍ତୁ। ସବୁ ଦାନା ଫୁଲି ଯିବା ପରେ ଏହାକୁ ସିଝା ଆଳୁରେ ଭଲ ଭାବରେ ମିଶାନ୍ତୁ। ଏହା ପରେ, ଭଜା ବାଦାମ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ରେଡ୍ ଚିଲି ପାଉଡର, ଲୁଣ ମିଶାଇ ଭଲରେ ଚକଟି ଦିଅନ୍ତୁ।

ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲରେ ସାବୁ ଏବଂ ଆଳୁର ମିଶ୍ରଣରେ ତିଆରି ହୋଇଥିବା ବଲ୍ ପରି ଟିକ୍କିକୁ ଗରମ ତେଲରେ ଆପଣ ଛାଣିପାରିବେ କିମ୍ୱା ତାୱାରେ ସେକି ପାରିବେ। ଏହା ଟିକେ ନାଲି ରଙ୍ଗର ହେବା ପର୍ଯ୍ୟନ୍ତ ଏହାକୁ କରନ୍ତୁ। ଏହା ହେବା ପରେ ଏହି ସାଗୁଦାନା ଟିକ୍କିକୁ ଦହି କିମ୍ୱା ସସ୍ ସହିତ ଗରମ ଗରମ ପରସନ୍ତୁ। ଏହା ପାଟିକୁ ଯେତେ ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.