କରୋନାକୁ ନେଇ ବଢ଼ିଲା ଚିନ୍ତା ! ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ

ପୁଣି ଟେନସନ ବଢାଇବ କି କରୋନା । ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ । କୋଭିଡର ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ବିଏମସି ଅର୍ଥାତ ବୃହମୁମ୍ବାଇ ମୁନିସିପାଲ କର୍ପୋରେସନ ଏକ ପ୍ରେସ ବିଜ୍ଞପତିରେ ଏହା ପ୍ରକାଶ କରିଥିବା ଜଣାଯାଇଛି । ଏହା ସହ କପା ଭେରିୟାଣ୍ଟ ଗୋଟିଏ କେଶ ବି ସାମ୍ନାକୁ ଆସିଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଠାରେ କୌଣସି ବଡ ଆକାରର କିମ୍ବା ସାଙ୍ଘାତିକ ଲକ୍ଷଣ ଦେଖାଯାଇନାହିଁ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ କୋଭିଡର ଅନ୍ୟ ସମସ୍ତ ଭେରିୟାଣ୍ଟ ଠାରୁ ଏହା ଅଧିକ ସଂକ୍ରାମକ । ବିଶ୍ୱରେ ପ୍ରଥମ XE ଭାରିଆଣ୍ଟ ଜାନୁଆରୀ ୧୯ ତାରିଖରେ ୟୁକେରେ ଚିହ୍ନଟ ହୋଇଥିଲା । କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଭାବେ ପରିଚିତ XE ଭାରିଆଣ୍ଟ। ନୂଆ ମ୍ୟୁଟେଣ୍ଟ XE ଓମିକ୍ରନର ସବୁ ଭାରିଆଣ୍ଟ BA.2 ଠାରୁ ୧୦ ଗୁଣ ଅଧିକ ସଂକ୍ରାମକ ରହିଥିବା ଜଣାଯାଇଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି ।

ବିଶ୍ୱର ବିଭିନ୍ନ ଦେଶରେ ଏବେ BA.2ର ଉତ୍ପାତ ଜାରି ରହିଥିବା ବେଳେ XE ଭାରିଆଣ୍ଟ BA.1 ଓ BA.2ର ଏକ ସବ ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଛି । ଏ ପର୍ଯ୍ୟନ୍ତ ଓମିକ୍ରନର ସବ ଭାରିଆଣ୍ଟ BA.2 ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ସଂସ୍ଥା ଅନୁସାରେ ଏବେ XE, XD ଓ XF ଭାରିଆଣ୍ଟ ବ୍ୟାପୁଛି । XD ଓ XFକୁ ଡେଲଟା ଓ ବିଏ-୧ର ହାଇବ୍ରିଡ ବୋଲି କୁହାଯାଉଛି । ଫ୍ରାନ୍ସ, ବେଲଜିୟମ ଓ ଡେନମାର୍କରେ ଏହା ବ୍ୟାପୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂତ୍ରରୁ ପ୍ରକାଶିତ ହୋଇଛି ।ଆହତ ମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଛି ୨୩୦ । ଏହି ୨୩୦ କେଶ ମଧ୍ୟରୁ ୨୨୮ ଜଣ ଅମୀକରଣ ପଜିଟିଭ । ୨୩୦ ଜଣଙ୍କ ମଧ୍ୟରୁ ସମସ୍ତଙ୍କର ସାମ୍ପଲା ପଠାଯିବା ସହିତ ଜିନାମ ସିକ୍ୟୁନ୍ସେଖ କରାଯଇଛି ।

କିଛି ସମ୍ବାଦ ସଂସ୍ଥା ରିପୋର୍ଟଙ୍କ ଅନୁଯାୟୀ ଚିହ୍ନଟ ହୋଇଥିବା ନୂଆ ଭେରିଆଣ୍ଟଟି ୧୦ ଗୁଣା ଅଧିକ ମାରାତ୍ମକ । କିନ୍ତୁ ପ୍ରକୃତରେ ୧୦ ପ୍ରତିଶତ ଅଧିକ ମାରାତ୍ମକ । ଅର୍ଥାତ ୧୦ ପ୍ରତିଶତକୁ ନେଇ ହିସାବ କରିବା ତେବେ ଏହା ୧.୧ ଗୁଣା ଅଧିକ ସଂକ୍ରାମକ, ୧୦
ଗୁଣା ନୁହେଁ । ଏହି ନୂଆ XE ଭେରିଆଣ୍ଟଟି ଥାଇଲାଣ୍ଡ, ନିଉଜିଲ୍ୟାଣ୍ଡରେ ବି ଚିହ୍ନଟ ହୋଇଛି । ଏଇ ନିକଟରେ ଭାରତରେ ବି ଏହି ନୂଆ ଭେରିୟାଣ୍ଟ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଆଉ ଅଧିକ କିଛି ପ୍ରକାଶ କରିବା ପାଇଁ ତଥ୍ୟ ହାସଲ କରିବା ଆବଶ୍ୟକ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.