Below header

ବାଲେଶ୍ବର : ରସିକିଆ ଅଧ୍ୟାପକ ନାବାଳିକା ଛାତ୍ରୀ ସହ କରିଥିଲେ ଅନୈତିକ କାର୍ଯ୍ୟ, ଭିଡିଓ ଭାଇରାଲ ପରେ ଏବେ ଥାନାରେ

ବାଲେଶ୍ବର(କେନ୍ୟୁଜ୍): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲେଶ୍ଵର ସହରରେ ଥିବା ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ପୂର୍ବତନ ଅଧ୍ୟାପକ ଶଶାଙ୍କ ଶେଖର ଦାସ ଗିରଫ। ଅଧ୍ୟାପକଙ୍କୁ କରିଛି ବାଲେଶ୍ଵର ସଦର ଥାନା ପୋଲିସ ।

ଛାତ୍ରୀଙ୍କ ସହ ଅନୈତିକ ସଂପର୍କର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ବାଲେଶ୍ବର ସଦର  ଥାନାରେ ଅଭିଯୋଗ  କରିଥିଲେ ପୀଡ଼ିତା ନାବାଳିକାଙ୍କ ବାପା । ପରେ ଅଭିଯୋଗ କ୍ରମେ ତଦନ୍ତ କରି  ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ ।  ତେବେ ଉଭୟ ଛାତ୍ରୀ ଏବଂ ଅଧ୍ୟାପକଙ୍କୁ ଡାକ୍ତରୀ ମାଇନା ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଯାଇ ଥିଲା ।

teacher 1

ଘଟଣା ଅନୁସାରେ ବାଲେଶ୍ଵରର ଆର୍ଟ  ଆଣ୍ଡ କ୍ରାଫ୍ଟ କଲେଜରେ ଇତିହାସ ଅଧ୍ୟାପକ ଭାବରେ ଶଶାଙ୍କ ଶେଖର ଦାସ କାର୍ଯ୍ଯ କରୁଥିଲେ । ଭୋକେସନାଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହିତ କଲେଜର ଅନ୍ଯ ଛାତ୍ରଛାତ୍ରୀଙ୍କୁ ସେ ସବୁ ବିଷୟରେ ଟିଉସନ କରୁଥିଲେ । ତେବେ ସେ କଲେଜରେ ଅଧ୍ୟାପନା କରୁଥିବା ସମୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଘର କୁ ଡାକି ତାଙ୍କ ସହିତ ଅନୈତିକ ସଂପର୍କର ଭିଡିଓ ଭାଇରାଲ ହୋଇଥିଲା । ତେବେ ଶିକ୍ଷକ ଜଣକ ଛଅ ମାସ ପୂର୍ବରୁ କଲେଜରୁ ଇସ୍ତଫା ଦେଇସାରିଥିବା କଲେଜ ସୂତ୍ରରୁ ଜଣାପଡି ଥିବା ବେଳେ ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.