Below header

ନୂଆବର୍ଷରୁ ଅରୁଣ ଷଡଙ୍ଗୀ ଇନଚାର୍ଜ ଡିଜିପି

ନୂଆବର୍ଷରେ ଇନଚାର୍ଜ ଡିଜିପି । ଅରୁଣ ଷଡଙ୍ଗୀ ହେଲେ ଇନଚାର୍ଜ ଡିଜିପି । ସେ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ।

ନୂଆବର୍ଷରେ ଇନଚାର୍ଜ ଡିଜିପି । ଅରୁଣ ଷଡଙ୍ଗୀ ହେଲେ ଇନଚାର୍ଜ ଡିଜିପି । ସେ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ସ୍ଥାୟୀ ପୋଲିସ ଡିଜି ଦାୟିତ୍ବ ନନେବା ଯାଏ ଅତିରିକ୍ତ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲି ଶେଷ ହେବ ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ। ନୂଆ ଡିଜିପିଙ୍କ ନାଁ ଘୋଷଣା ହୋଇନଥିବାରୁ ଇନଚାର୍ଜ ଡିଜିପି ଭାବରେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଛି । ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ଷଡଙ୍ଗୀ । ତାଳଚେର SDPO ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ରାୟଗଡା , ବ୍ରହ୍ମପୁର , ଜଗତସିଂହପୁର, ଖୋର୍ଦ୍ଧା ଏବଂ ରାଉରକେଲାର ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ। କ୍ରାଇମବ୍ରାଞ୍ଚ ଏସପି ମଧ୍ୟ ଥିଲେ ଅରୁଣ ଷଡ଼ଙ୍ଗୀ। ତାଳଚେରରେ ଉତ୍ତର କେନ୍ଦ୍ରାଞ୍ଚଳ DIG ମଧ୍ୟ ଥିଲେ। ପରେ ଆଇନ ଶୃଙ୍ଖଳା ଆଇଜି ଦାୟିତ୍ବ ତୁଲାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.