Below header

ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା, ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଗତି କରୁଛି ‘ଅସାନି’: ପୁରୀ ଠାରୁ ୭୪୦ କିମି ଦୂରରେ କେନ୍ଦ୍ରୀଭୂତ

ଭୁବନେଶ୍ବର(କେନ୍ୟୁଜ୍): ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେଇଛି ‘ଅସାନି’। ବର୍ତ୍ତମାନ ଏହା ୨୧ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏବେ ପୁରୀଠାରୁ ଉତ୍ତର ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ ରହିଛି। ଏହା ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ର ମଧ୍ୟରେ ଶକ୍ତି ଦେଖାଇବା ପରେ ଆସନ୍ତାକାଲିଠାରୁ ଦୁର୍ବଳ ହୋଇ ଧୀରେ ଧୀରେ ଉପକୂଳ ନିକଟତର ହେବ। କିନ୍ତୁ ସ୍ଥଳଭାଗ ଛୁଇଁବନି ଅସାନି। ।

ଏହି ସମୟରେ ବାତ୍ୟାର ଦିଗ ବଦଳିବ ଏବଂ ୧୨ ତାରିଖରେ ଏହା ପୁରୀର ସ୍ଥଳଭାଗଠାରୁ ୮୮ କିଲୋମିଟର ଦୂରରେ ସମାନ୍ତର ଭାବରେ ସମୁଦ୍ର ମଧ୍ୟରେ ଅତିକ୍ରମ କରିବ। ସେତେବେଳେ ଭୀଷଣ ବାତ୍ୟାଟି ଦୁର୍ବଳ ହୋଇ ବାତ୍ୟା ରୂପ ନେଇ ସାରିଥିବ। ତେବେ ଉପକୂଳର ନିକଟତର ହେବା ଯୋଗୁଁ ୧୧ ରାତିରୁ ୧୨ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ପବନ ହେବ। ଉପକୂଳ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.