ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ :

ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭ କରିବେ। ପରିବାରରେ ମନ ମିଳାଇ ଚଳନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ବୃଷ :

ବିଦେଶ ଯାତ୍ରା ସଫଳ ହେବ। କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ମନକୁ ଆୟତ୍ତରେ ରଖନ୍ତୁ। ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ।

ମିଥୁନ :

ଖର୍ଚ୍ଚ ବଢ଼ିବା ସହ ଶତ୍ରୁ ବୃଦ୍ଧି ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।

କର୍କଟ :

ବେପାର, ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଶରୀର ସୁସ୍ଥ ରହିବ। ବିଦ୍ୟାର୍ଥୀ ସଫଳତା ପାଇବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ସିଂହ :

ପାରିବାରିକ ସମସ୍ୟା ଦୂର ହେବ। ମାନସିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧର୍ମକାର୍ଯ୍ୟରେ ଯୋଗ ଦେବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ।

କନ୍ୟା :

ବିଦ୍ୟାର୍ଥୀ ସଫଳତା ପାଇବେ। ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ। ପରିବାରରେ ଅଶାନ୍ତି ଦେଖାଦେବ। ମାନସମ୍ମାନ ପ୍ରାପ୍ତି ହେବ। ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ। ସୁସ୍ୱାଦୁ ଭୋଜନ କରିବେ।

ତୁଳା :

ଆଜି କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ।

ବିଛା :

ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଣୀ ନିୟନ୍ତ୍ରଣରେ ରଖିବା ସହ ଅହଂକାର ତ୍ୟାଗ କରନ୍ତୁ। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ଧନୁ :

ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟହାନି ହୋଇପାରେ। ମାନସିକ ଅଶାନ୍ତି ବଢିବ। ଆକସ୍ମିକ ଆବଶ୍ୟକତା ଯୋଗୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ମକର :

ଦୂରଯାତ୍ରା ଯୋଗ ରହିଛି। ଭାବିଚିନ୍ତି ଧନ ନିବେଶ କରନ୍ତୁ। ମାନସିକ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

କୁମ୍ଭ :

ଗୁରୁଜନଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ। ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ। ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।

ମୀନ :

ଗୁରୁଜନଙ୍କୁ ସମ୍ମାନ ଓ ଆଦର କରନ୍ତୁ। ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍‌ ଖୁସି ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.