ଆଜି ରୁଷ୍‌ର ‘ବିଜୟ ଦିବସ’: ପୁଟିନଙ୍କ ନିଷ୍ପତ୍ତି ଉପରେ ବିଶ୍ୱର ନଜର

ନୂଆଦିଲ୍ଲୀ : ଆଜି ରୁଷ ପାଳିବ ଭିକ୍ଟ୍ରି ଡେ । ନାଜି ଜର୍ମାନୀ ଉପରେ ବିଜୟକୁ ନେଇ ପ୍ରତିବର୍ଷ ମେ ୯ରେ ଭିକ୍ଟ୍ରି ଡେ ପାଳନ କରୁଛି ରୁଷ। ଚଳିତ ବର୍ଷ ଏହାର ଗୁରୁତ୍ୱ ବଢିଛି। କାରଣ ରୁଷ ସେନା ଦୁଇ ମାସ ହେବ ୟୁକ୍ରେନରେ ଲଢୁଛନ୍ତି। ବେଶ କିଛି ଦିନ ହେଲେ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ରାଷ୍ଟ୍ରପତି ପୁଟିନ ଯୁଦ୍ଧକୁ ନେଇ କିଛି ବଡ଼ ପଦକ୍ଷେପ ନେଇପାରନ୍ତି । ଏପରିକି ୟୁକ୍ରେନ ବିରୋଧରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘୋଷଣା କରିପାରନ୍ତି ।

ଏଭଳି ଘୋଷଣା ହେଲେ ପରିସ୍ଥିତି ଅତି ଭୟାନକ ହେବ । ରୁଷର ଆକ୍ରମଣ କେବଳ ୟୁକ୍ରେନରେ ସୀମିତ ରହିବ ନାହିଁ । ନାଟୋ ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ କରିବା ସମ୍ଭାବନା ରହିଛି । ପୁଟିନଙ୍କ ଦେଶବାସୀଙ୍କୁ ଉଦବୋଧନ ଉପରେ ସାରା ବିଶ୍ୱର ନଜର ରହିଛି । ବିଜୟ ଦିବସ ଉତ୍ସବରେ ମସ୍କୋର ରେଡ୍‌ ସ୍କୋୟାର ଉପରେ ଉଡ଼ିବ ଡୁମସ୍‌ଡେ ବିମାନ । ୨୦୧୦ରୁ ଡୁମସ୍‌ଡେ ପ୍ଲେନ୍‌ ଉଡିନାହିଁ । ଭିକ୍ଟି୍ର ଡେ ସେଲିବ୍ରେସନରେ ସାମଲି ହେବ ସୁପରସୋନିକ ଫ୍ଲାଇଟ ସହ TU-160 ବୋମରା ଏସବୁୁ ବ୍ୟବହାର କରି ପାଶ୍ଚାତ୍ୟ ଦେଶକୁ ପରମାଣୁ ସନ୍ଦେଶ ଦେବାକୁ ଚାହୁଁଛି ମସ୍କୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.