Below header

ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ OCAର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ

କଟକ: ଗିରଫ ପରେ ଆଶୀର୍ବାଦ ବେହେରାଙ୍କୁ କୋର୍ଟ ଚାଲାଣ । ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କରେ OCAର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସିବିଆଇ । ଆଶୀର୍ବାଦଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ବି ଗିରଫ କରାଯାଇଛି । ତାଙ୍କୁ ମଧ୍ୟ ମଧ୍ୟ କୋର୍ଟ ଚାଲାଣ କରାଯାଇଛି । ଜାମିନ ବିହୀନ ଗିରଫ ପରଓ୍ଵାନା ବଳରେ ଆଶୀର୍ବାଦଙ୍କୁ ଗିରଫ କରାଯାଇଥିବା ସିବିଆଇ ଏସ୍‌ପି କହିଛନ୍ତି । ଗିରଫ ପରେ ତାଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଆଣି ୩ଘଣ୍ଟା ମାରାଥନ୍‌ ଜେରା କରାଯାଇଥିଲା । ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । NBW ବଳରେ ଆଜି ଭୋରରୁ କଟକ ସ୍ଥିତ ବାସଭବନରୁ ଉଠାଇ ଆଣିଥିଲା ସିବିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.