ପାଖେଇ ଆସିଲାଣି ପୂଜା: ଇଣ୍ଡିଆନ୍ ଆଉଟ୍ଫିଟରେ କ୍ୟାରି କରନ୍ତୁ ଏହି ଫୁଟ୍ୱେର୍, ଦେବ କ୍ଲାସିକ୍ ଲୁକ୍
ସମୟ ସହ ତାଳଦେଇ ଚାଲିଛି ଭଳିକି ଭଳି ଫ୍ୟାଶନର ଟ୍ରେଣ୍ଡ। ଆଜି ଯାହା ଖାସ୍ ଅଛି, କାଲି ତାହା ‘ଆଉଟ୍ ଅଫ୍ ଫ୍ୟାଶନ’ ହୋଇଯାଉଛି। ଆଉ ଏହା ହେଉଛି ପରିବର୍ତ୍ତନଶୀଳ ଜୀବନଶୈଳୀର ଛବି, ଯେଉଁଥିରେ ଯେ କେହି ଷ୍ଟାଇଲ୍ର ଦିଓ୍ଵାନା ହୋଇଯାଉଛନ୍ତି। ଯେଉଁଠି ଯୁବତୀମାନେ କପଡ଼ା ଏବଂ ଗହଣାକୁ ନେଇ ବିଶେଷ କ୍ରେଜି ରହୁଛନ୍ତି, ସେଠି ଜୋତା ବା ଚପଲ ଉପରେ ମଧ୍ୟ ସେତିକି ଧ୍ୟାନ ଦେଉଛନ୍ତି। ହଁ, ଆମେ ଆଜି ଆପଣଙ୍କୁ ଫୁଟ୍ୱେର୍ର ଫ୍ୟାଶନ ବିଷୟରେ କହିବାକୁ ଯାଉଛୁ। ଇଣ୍ଡିଆନ୍ ୱେର୍ ସହିତ ଯଦି ଆପଣ ଠିକ୍ ଫୁଟ୍ୱେର୍ ପିନ୍ଧିବେ, ତା’ହେଲେ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଚମକାଇବ। ଆସନ୍ତୁ ଜାଣିବା, ଭାରତୀୟ ପୋଷାକରେ ଆପଣଙ୍କୁ କେଉଁ ପ୍ରକାର ଫୁଟ୍ୱେର୍ କ୍ୟାରି କରିବା ଦରକାର।
କୋହ୍ଲାପୁରୀ ଚପଲ
କୋହ୍ଲାପୁରୀ ଚପଲ ସବୁ ପ୍ରକାର ଡ୍ରେସରେ ସୁଟ୍ କରିଥାଏ। କିନ୍ତୁ ଇଣ୍ଡିଆନ୍ ୱେର୍ରେ ଏହାକୁ ପିନ୍ଧିଲେ ପର୍ସନାଲିଟି କିଛି ଅଲଗା ଲାଗିଥାଏ। ଆପଣ ଚାହିଁଲେ ଏହାକୁ ଗୋଟିଏ କିମ୍ବା ମଲ୍ଟି କଲରରେ କିଣିପାରିବେ। ଏହା ସବୁ ରଙ୍ଗର ଡ୍ରେସ ସହିତ ମ୍ୟାଚ କରିଥାଏ। ତେଣୁ ଇଣ୍ଡିଆନ୍ ଡ୍ରେସ କିଣୁଥିଲେ, ପାଖରେ ନିଶ୍ଚିତ ଭାବେ କୋହ୍ଲାପୁରୀ ଚପଲ ରଖନ୍ତୁ।
ପେନ୍ସିଲ ହିଲ୍
ପେନ୍ସିଲ ହିଲ୍ ଏଭରଗ୍ରୀନ୍ ହୋଇଥାଏ। କାଲି ଯାହା ଥିଲା, ଆଜି ବି ସେୟା ଅଛି। ଇଣ୍ଡିଆନ୍ ଡ୍ରେସକୁ ଟିକେ ଡିଫରେଣ୍ଟ୍ ଲୁକ୍ ଦେବା ପାଇଁ ଏହାକୁ ଆପଣ କ୍ୟାରି କରିପାରିବେ। ଯଦି ଆପଣ ଚୁଡ଼ିଦାର୍ ପଜାମୀ ଏବଂ ଶାଢି ପିନ୍ଧୁଥାଆନ୍ତି, ତା’ହେଲେ ପେନ୍ସିଲ ହିଲ୍ ଆପଣଙ୍କ ପାଇଁ ବେଷ୍ଟ୍ ଅପଶନ ହେବ।
ଏହାସହ ପଢ଼ନ୍ତୁ: ବୋହୂଙ୍କ ପାଇଁ ୫ଟି କଥା, ଦୃଢ଼ କରନ୍ତୁ ଶାଶୁଙ୍କ ସହ ସମ୍ପର୍କ
ୱେଜେସ୍
ଏହି ଚପଲ ଏବେ କିଛିଦିନ ପୂର୍ବରୁ ଆସିଛି। କିନ୍ତୁ ଏହା ଫ୍ୟାଶନ ଦୁନିଆରେ ଧମାଲ ମଚାଇ ଦେଇଛି। ଯଦି ଆପଣ ହିଲ୍ସ ପିନ୍ଧିପାରୁନାହାନ୍ତି, ତା’ହେଲେ ୱେଜେସ୍ ବେଷ୍ଟ ହେବ। ରାଜସ୍ଥାନୀ ଏମ୍ବ୍ରୋଡଏରୀ ଥିବା ଏହି ଫୁଟ୍ୱେର୍ ବହୁତ ଥଣ୍ଡା ଏବଂ ଆରାମଦାୟକ ହୋଇଥାଏ।
ଏମ୍ବ୍ରୋଡଏରୀ ଜୁତି
ସୁଟ୍ ହେଉ ବା ଶାଢି, ଜୁତି ପିନ୍ଧି ଆପଣ ଆପଣଙ୍କ ପର୍ସନାଲିଟିକୁ କିଛି ଅଲଗା ଅନ୍ଦାଜରେ ପ୍ରେଜେଣ୍ଟ୍ କରିପାରିବେ। ଚମଡ଼ା କିମ୍ବା ଏମ୍ବ୍ରୋଡଏରୀ ଜୁତି ପିନ୍ଧି ଆପଣ ଫ୍ୟାଶନେବୁଲ୍ ଲାଗିପାରିବେ। ଏହାସହିତ ଏହା ଆରାମଦାୟକ ହୋଇଥାଏ। ରାଜସ୍ଥାନର ଏହି ପାରମ୍ପରିକ ଜୁତି ଇଣ୍ଡିଆନ୍ ଆଉଟ୍ଫିଟକୁ କ୍ଲାସିକ୍ ଏଥିନିକ୍ ଲୁକ୍ ଦେଇଥାଏ।