ରାତିର ଅନ୍ଧକାରରେ ଏହି ମେଡିକାଲରେ ଶୁଭିଥାଏ ଅଦ୍ଭୁତ ଶବ୍ଦ, ଯିଏ ଥରେ ଯାଏ ଆଉ ଫେରେନା !
ଏମିତି ତ ଦୁନିଆରେ ଭୂତ-ପ୍ରେତଙ୍କ ଉପସ୍ଥିତି ଉପରେ ବହୁତ କଥା କୁହାଯାଏ। କିନ୍ତୁ ଦୁନିଆରେ ଏମିତି ଅନେକ ଜାଗା ଅଛି ଯେଉଁଠି ଅଦ୍ଭୁତ ଜିନିଷ ସବୁ ହୋଇଥାଏ। ଏହାର ଉତ୍ତର ବିଜ୍ଞାନ ପାଖରେ ମଧ୍ୟ ନାହିଁ। ଏହିସବୁ ସ୍ଥାନ ମଧ୍ୟରେ ହଂକଂ ସ୍ଥିତ ସାଇ ଓ୍ଵିଂଙ୍ଗ ପୁନ ହସପିଟାଲ ଅନ୍ୟତମ । ଏଠାରେ ରାତିରେ ଚିତ୍କାର କରୁଥିବାର ଶବ୍ଦ ଆସିଥାଏ।
ହଂକଂରେ ସ୍ଥିତ ଏହି ଜାଗା ଏକ ମେଣ୍ଟାଲ ହସପିଟାଲ, ଏହାକୁ ୧୮୯୨ରେ ନିର୍ମାଣ କରାଯାଇଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଏହାକୁ ନର୍ସିଂ ଷ୍ଟାଫ୍ କ୍ୱାଟର ରୂପରେ ବ୍ୟବହାର କରାଯାଉଥିଲା। କୁହାଯାଏ ଯେ ଯୁଦ୍ଧ ସମୟରେ ସୈନିକ ମାନେ ଏହି ସ୍ଥାନକୁ ଫାଶୀ ଘର ଭାବରେ ବ୍ୟବହାର କରୁଥିଲେ। କିନ୍ତୁ ପରେ ୧୯୭୧ରେ ଏଠାରେ ମନୋବିଜ୍ଞାନ ଚିକିତ୍ସାର କାମ କରାଗଲା।
ନିଶ୍ଚିତ ପଢନ୍ତୁ : ପରିପାର୍ଶ୍ଵିକ ସଂକେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ଆତ୍ମାର ଉପସ୍ଥିତି, ଏମାନଙ୍କୁ ଅନୁଭବ କରିବା ଅତି ସହଜ
ସ୍ଥାନୀୟ ଲୋକଙ୍କ ଅନୁଯାୟୀ ହସପିଟାଲ ଆଖପାଖରେ ରାତି ସମୟରେ ଭୟଙ୍କର ଚିତ୍କାର ଶୁଭିଥାଏ। କେବଳ ଏତିକି ନୁହେଁ ଏଠାରେ କଟା ମୁଣ୍ଡର ଭୟଙ୍କର ଛାଇ ଦୌଡିବା ଓ ଚାଲିବା ଭଳି ଦେଖାଯାଏ। କୁହାଯାଉଛି ଯେ ଏହି ଜାଗାରେ ପ୍ରଥମେ ଶ୍ମଶାନ ଥିଲା। ଏଠାରେ ନକାରାତ୍ମକ ଶକ୍ତିର ବାସ ଅଛି ବୋଲି ମଧ୍ୟ କୁହାଯାଏ। ଏହାର ଯାଞ୍ଚ ପାଇଁ ବହୁ ଆସିଥିଲେ ମଧ୍ୟ ସେମାନଙ୍କୁ ଉପକରଣରେ ଅଦ୍ଭୁତ ସିଗନାଲ ମିଳିଥିଲା। ଲୋକଙ୍କର ଧାରଣା ରହିଛି ଯେ ସୈନିକଙ୍କ ଆତ୍ମା ଏଠାରେ ଦେଖାଦେଉଛି ଏବଂ ଲୋକଙ୍କୁ ଭୟଭୀତ ମଧ୍ୟ କରୁଛନ୍ତି।