Below header

ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ବିଜେତା ହେଲେ, ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ

ଫାଇନାଲରେ ଗୋଟିଏ ଗୋଲ୍ ଦେଇଥିଲେ ଅମିତ । ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଆ ହକି ତାରକା ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର । ଏସିଆନ୍ ଗେମ୍ସରେ ସ୍ବର୍ଣ୍ଣ ବିଜେତା ଭାରତୀୟ ପୁରୁଷ ହକି ଦଳ ସଦସ୍ୟ ଅମିତଙ୍କୁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇନାଲରେ ଗୋଟିଏ ଗୋଲ୍ ଦେଇଥିଲେ ଅମିତ । ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୁନ୍ଦରଗଡର ଅମିତ ରୋହିଦାସ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଖେଳିଥିଲେ । ଟୋକିଓରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ଏସୀୟ କ୍ରୀଡ଼ାରେପୁରୁଷ ହକିରେ ଭାରତ ଗୋଲଡ ମେଡାଲ ଜିତିବା ପରେ ଚାରିଆଡ଼େ ଛୁଟୁଛି ଶୁଭେଚ୍ଛା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅମିତକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଦୀୟମାନ ଆଥଲେଟଙ୍କ ପାଇଁ ଆଶା ଓ ଗର୍ବର ପ୍ରତୀକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.