ପୁରୀ: ପୁତୁରା ଆକ୍ରମଣରେ ଦାଦାର ମୃତ୍ୟୁ ଅଭିଯୋଗ
ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ପୁତୁରା ପପୁ ବରାଳକୁ ଅଟକ ରଖି ପଚରାଉଚରା କରୁଛି ପୁରୀ ସଦର ଥାନା ପୋଲିସ୍ ।
ପୁରୀ(କେନ୍ୟୁଜ୍): ପୁରୀ ସଦର କଣ୍ଠପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା !! । ପୁତୁରା ଆକ୍ରମଣରେ ଦାଦାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ଵୀର ବରାଳ। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ପୁତୁରା ପପୁ ବରାଳକୁ ଅଟକ ରଖି ପଚରାଉଚରା କରୁଛି ପୁରୀ ସଦର ଥାନା ପୋଲିସ୍ । ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।