ସମ୍ପର୍କକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି କି ? ତାହେଲେ ନିଜ ପାର୍ଟନରଙ୍କ କଥା ମଧ୍ୟ ଶୁଣିନିଅନ୍ତୁ

ଗୋଟିଏ ରିଲେସନସିପ୍‌ରେ ସାମ୍ନା ଲୋକଙ୍କର କଥା ଶୁଣିବା ବହୁତ ଜରୁରୀ ହୋଇଥାଏ, ଯାହାଦ୍ୱାରା ଏକ ଭଲ ରିଲେସନସିପ୍‌ ତିଆରି ହୋଇପାରିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଏକ ଭଲ ରିଲେସନସିପ୍‌ ତିଆରି କରିବେ ଏବଂ ସମ୍ପର୍କକୁ ଭଲ କରିବାବେ ।

ଗୋଟିଏ ଭଲ ସମ୍ପର୍କ ଗଢିବା ପାଇଁ ବହୁତ ଜରୁରୀ ହୋଇଥାଏ ଦୁଇ ଜଣ ପରସ୍ପରର କଥା ଶୁଣିବା ସହ, ବୁଝିବା ଏବଂ ସେହି କଥାକୁ ଗ୍ରହଣ କରିବା ଉଚିତ । କପଲ୍ସଙ୍କ ମଧ୍ୟରେ ବହୁତ ଥର ଏପରି ହୋଇଥାଏ ଯେ ଜଣେ ପାର୍ଟନର୍‌ ନିଜ କଥା କହିଥାଏ ଏବଂ ସେ ଚାହିଁଥାଏ ତା ନିଜ ପାର୍ଟନର୍‌ ସେହି କଥାକୁ ଶୁଣୁ ଓ ଗ୍ରହଣ ମଧ୍ୟ କରୁ । ହେଲେ ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଗୋଟିଏ ଭଲ ରିଲେସନସିପ୍‌ ପାଇଁ ପାର୍ଟନର୍‌ର କଥା ଶୁଣିବା ଜରୁରୀ ହୋଇଥାଏ । ସେ ସମ୍ପର୍କକୁ ନେଇ କଣ ଭାବୁଛି, ତାହା ଶୁଣିବା ଓ ବୁଝିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ପାର୍ଟନର୍‌ ଆପଣଙ୍କୁ କିଛି କହୁଛନ୍ତି କିମ୍ବା ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି, ତାହେଲେ ଏହା ବହୁତ ଜରୁରୀ ଯେ ଆପଣ ଏହାକୁ ପଜିଟିବ୍‌ ଭାବେ ନେବା ସହ ସେହି କଥାର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଗୋଟିଏ ରିଲେସନସିପ୍‌ରେ ସାମ୍ନା ଲୋକଙ୍କର କଥା ଶୁଣିବା ବହୁତ ଜରୁରୀ ହୋଇଥାଏ, ଯାହାଦ୍ୱାରା ଏକ ଭଲ ରିଲେସନସିପ୍‌ ତିଆରି ହୋଇପାରିବ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଏକ ଭଲ ରିଲେସନସିପ୍‌ ତିଆରି କରିବେ ଏବଂ ସମ୍ପର୍କକୁ ଭଲ କରିବାବେ ।

ପାର୍ଟନରଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ :
ଯଦି ଆପଣ ମଧ୍ୟ ନିଜ ପାର୍ଟନରଙ୍କ କଥାକୁ ଧ୍ୟାନ ଦେଇ ଶୁଣିଛନ୍ତି ତାହେଲେ ଆପଣଙ୍କ ସମ୍ପର୍କ ମଧ୍ୟ ସୁଦୃଢ ହୋଇଥାଏ । ଯେତେବେଳେ ଆପଣଙ୍କ ପାର୍ଟନର୍‌ ଆପଣଙ୍କ ସହ କଥା ହେଉଛନ୍ତି, ସେହି ସମୟରେ ଆପଣ ତାଙ୍କ ସହ ଆଇ କଣ୍ଟାକ୍ଟ କରି ରଖିବା ଉଚିତ । ତାଙ୍କ କଥା ଶୁଣିବା ସହ ବୁଝିବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ । ଏଥିସହ ପାର୍ଟନର୍‌ କହୁଥିବା କଥାର ଉତ୍ତର ଦିଅନ୍ତୁ । ଏହାସହ ତାଙ୍କୁ ଅଣଦେଖା କରନ୍ତୁନାହିଁ ।

ପାର୍ଟନର୍‌ଙ୍କ ଭାବନାକୁ ବୁଝନ୍ତୁ :
ଯଦି ଆପଣଙ୍କ ପାର୍ଟନର କିଛି କହୁଛନ୍ତି ତାହେଲେ ତାଙ୍କ କଥା ଶୁଣିବା ସହ ଭଲ ଭାବେ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଏହା ସହ ତାଙ୍କ ଭାବନା ଓ ଅନୁଭବକୁ ବୁଝନ୍ତୁ । ଯଦି ତାଙ୍କ ସହ କିଛି ଖରାପ ହୋଇଛି, ତାହେଲେ ତାଙ୍କ ସାଥିରେ ରୁହନ୍ତୁ । ଏହା ବ୍ୟତୀତ ତାଙ୍କୁ ଭୁଲ ବୁଝନ୍ତୁ ନାହିଁ ।

ସମାଲୋଚନା କରନ୍ତୁ ନାହିଁ :
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ କିଛି କଥା ସେୟାର କରୁଛନ୍ତି, ତାହେଲେ ସେହି କଥାକୁ ନେଇ ଆପଣ ସମାଲୋଚନା କରନ୍ତୁ ନାହିଁ । ଏହା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ଝଗଡା ନହେବା ସହ ସମ୍ପର୍କରେ ମଧୁରତା ଆଣିଥାଏ ।

ନିଜର ପୁରା ଧ୍ୟାନ ପାର୍ଟନର ଉପରେ ଦିଅନ୍ତୁ :
ଆପଣ ନିଜ ପାର୍ଟନରଙ୍କୁ ଏଭଳି ଅନୁଭବ କରାନ୍ତୁ ଯେପରି, ଆପଣ ତାଙ୍କ କଥା ଶୁଣିଛନ୍ତି ଏବଂ ଭଲ ଭାବେ ବୁଝିଛନ୍ତି । ଶୁଣିବା କୌଶଳ ଠିକ୍‌ କରିବା ଦ୍ୱାରା କମ୍ୟୁନିକେଶନ୍‌ ଭଲ ହୋଇଥାଏ । ଏଥିସହ ଏହା ଏକ ବହୁତ ହିଁ ଭଲ ଉପାୟ ନିଜ ସମ୍ପର୍କକୁ ଭଲ କରିବାର ।

ଯେତେବେଳେ ଆପଣଙ୍କ ପାର୍ଟନର ନିଜର କୌଣସି କଥା ଆପଣଙ୍କ ସାମ୍ନାରେ କହୁଛନ୍ତି,ତାହେଲେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ପାର୍ଟନର ଯେକୌଣସି କଥା କହୁଥିବେ ତାକୁ ନେଇ ଆପଣ ପରାମର୍ଶ ମଧ୍ୟ ଦେଇପାରିବେ । ପାର୍ଟନର କଥା କହୁଥିବା ସମୟରେ ତାଙ୍କୁ ଅଧା କଥାରେ ରୋକନ୍ତୁ ନାହିଁ । ଏହାସହ ବାରମ୍ବାର ପ୍ରଶ୍ନ ମଧ୍ୟ ପଚାରନ୍ତୁ ନାହିଁ । ନଚେତ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇପାରେ । ସେଥିପାଇଁ ପାର୍ଟନରର କଥା ଧ୍ୟାନ ଦେଇ ଶୁଣନ୍ତୁ । ଯାହା ଦ୍ୱାରା ସମ୍ପର୍କ ଭଲ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.