ମହାଦେବ ଅନ୍‌ଲାଇନ ବେଟିଂ ଆପ୍‌ କାରବାର ମାମଲା, ୬ଟି ସ୍ଥାନରେ EDର ସର୍ଚ୍ଚ ଅପରେସନ୍‌

ଅନ୍‌ଲାଇନ୍‌ ବେଟିଂ କାରବାର ସହ ଜଡିତ ମହାଦେବ ବେଟିଂ ଆପ୍‌ ଦୁର୍ନୀତି ମାମଲାକୁ ନେଇ ED ଆଜି ପୁଣି ଏକ ବଡ ପଦକ୍ଷେପ ନେଇଛି । ପ୍ରାୟ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଚାଲିଛି । ଛତିଶଗଡ, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହେଉଛି । ଏହି ମାମଲାରେ ଅନେକ ବଲିଉଡ ଷ୍ଟାରଙ୍କ ନାମ ସାମ୍ନାକୁ ଆସିଛି ।

ଅନ୍‌ଲାଇନ୍‌ ବେଟିଂ କାରବାର ସହ ଜଡିତ ମହାଦେବ ବେଟିଂ ଆପ୍‌ ଦୁର୍ନୀତି ମାମଲାକୁ ନେଇ ED ଆଜି ପୁଣି ଏକ ବଡ ପଦକ୍ଷେପ ନେଇଛି । ଏହି ମାମଲାରେ ଅନେକ ବଲିଉଡ ଷ୍ଟାରଙ୍କ ନାମ ସାମ୍ନାକୁ ଆସିଛି ।  ପ୍ରାୟ ୬ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଚାଲିଛି । ଛତିଶଗଡ, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହେଉଛି । ଏହି ମାମଲାର ସାମ୍ନାକୁ ଆସିଥିବା ବଡ କଥା ହେଉଛି, ମହାଦେବ ବେଟିଂ ଆପ୍‌ ବ୍ୟବସାୟରେ ଜଡିତ ଅଭିଯୁକ୍ତଙ୍କର ଦୁବାଇ ସହିତ ସଂଯୋଗ ରହିଛି । ଏହି ମାମଲାକୁ ନେଇ ସର୍ଚ୍ଚ ଅପରେସନ୍‌ ଚାଲିଛି ।

ମହାଦେବ ବେଟିଂ କାରବାର ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ବଲିଉଡ ଅଭିନେତା ରଣବୀର କପୁର, କପିଲ ଶର୍ମା ଓ ଶ୍ରଦ୍ଧା କପୁରଙ୍କ ଭଳି ଫିଲ୍ମ ଷ୍ଟାରଙ୍କୁ ED ସମନ ଜାରି କରି ହାଜର ହେବା ପାଇଁ ଆଦେଶ ଦେଇଥିଲା ।

ED ଯାଞ୍ଚ୍‌ ରିପୋର୍ଟ ଅନୁସାରେ, ମହାଦେବ ବେଟିଂ ଆପ୍‌କୁ ଦୁବାଇରେ ବସି ଛତିଶଗଡର ଭିଲାଇରେ ବସବାସ କରୁଥିବା ସୌରଭ ଚନ୍ଦ୍ରକର ଓ ରବି ଅପ୍ପଲ ଆପ୍‌ ରେ କରୁଥିଲେ । ଏହି ଦୁଇଜଣ ମହାଦେବ ବେଟିଂ ଆପ୍‌ର ପ୍ରୋମୋଟର ମଧ୍ୟ ଥିଲେ । ତେବେ ଏହାର କଲ୍‌ ସେଣ୍ଟର ମାଲେସିୟା, ଥାଇଲାଣ୍ଡ, ଭାରତ ଏବଂ UAEର ଭିନ୍ନ ଭିନ୍ନ ବଡ ସହରରେ ଖୋଲା ହୋଇଥିଲା । ଯାହା ମାଧ୍ୟମରେ ବିଭିନ୍ନ ସବ୍ସିଡାରୀ ଆପ୍‌ ତିଆରି କରି ଅନ୍‌ଲାଇନ୍‌ ବେଟିଂ କରାଯାଉଥିଲା ।

ମହାଦେବ ଅନ୍‌ଲାଇନ୍‌ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା । ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଖବରକୁ ନେଇ ଚର୍ଚ୍ଚା ହେବାରୁ ଇଡିର ନଜର ସୌରଭଙ୍କ ବ୍ୟବସାୟ ଉପରେ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.