ତୃତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋ ହଲ୍ଲା: ଦିନ ୧୨ଟା ଯାଏ ବିଧାନସଭା ମୁଲତବୀ

ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା ମୌସୁମୀ ଅଧିବେଶନ। ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଭୁବନେଶ୍ୱର (କେନ୍ୟୁଜ): ତୃତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା ମୌସୁମୀ ଅଧିବେଶନ। ଧୋଇଗଲା ପ୍ରଶ୍ନକାଳ। ଗୃହ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ହାତରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ହଟ୍ଟଗୋଳ କରିଥିଲେ ବିରୋଧୀ । ବିଜେଡି ବିଧାୟକ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ଏହାପରେ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ମାତ୍ର ୨ ମିନିଟ୍ ଚାଲିପାରିଥିଲା ଗୃହକାର୍ଯ୍ୟ। ଗତକାଲି ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି । ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବା ନେଇ ଆଶା ଥିଲା । କିନ୍ତୁ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ।

You might also like