ମା’ ହେଲେ ସ୍ୱରା, ଘରକୁ ଆସିଲେ କନ୍ୟା ସନ୍ତାନ
ବିବାହର ୯ ମାସରେ ମା’ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର । ସ୍ୱରା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଝିଅର ଫଟୋ ଏବଂ ନାଁକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ସ୍ୱରା ।
ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସ୍ୱରା ଭାସ୍କର ନିଜେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ୱରା ଭାସ୍କର-ଫାହାଦ୍ ଅହମ୍ମଦ ନିଜ ଇନଷ୍ଟାଗ୍ରାମ ଅଫିସିଆଲ୍ ଆକାଉଣ୍ଟରେ ଝିଅ ରାବିୟାଙ୍କ ସହ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି। ଅଭିନେତ୍ରୀ ୬ ଜୁନ୍ ୨୦୨୩ ରେ ସୋସିଆଲ ମିଡିଆରେ ଗର୍ଭବତୀ ହେବା ନେଇ ଫଟୋ ସେୟାର କରିଥିଲେ ।
ଇନଷ୍ଟାଗ୍ରାମରେ ସ୍ୱରା ଫଟୋ ସେୟାର କରିବା ସହିତ ଝିଅର ନାମ ରାବିୟା ରଖିଥିବା ଜଣାପଡିଛି । ସ୍ୱରା ତାଙ୍କ ସ୍ୱାମୀ ଫାହାଦ୍ ଅହମ୍ମଦ ଏବଂ ଝିଅ ରାବିଆଙ୍କ ସହ କିଛି ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
View this post on Instagram
ସ୍ୱରା ଫଟୋ ସେୟାର କରିବା ସହିତ ଲେଖିଛନ୍ତି, ସ୍ୱରା ଝିଅକୁ ଜନ୍ମ ଦେଇଛି । ମୋ’ ପ୍ରାର୍ଥନା, ଆଶୀର୍ବାଦ, ଗୀତ ଏବଂ ଏକ ରହସ୍ୟମୟ ସତ । ଆମ ଝିଅ ରାବିୟା ୨୩ ସେପ୍ଟେମ୍ବରରେ ୨୦୨୩ ରେ ଜନ୍ମ ହୋଇଛି । ବହୁତ ଖୁସି, ଆପଣଙ୍କ ଭଲପାଇବା ପାଇଁ ଧନ୍ୟବାଦ । ଏହା ବିଲକୁଲ ନୂଆ ଦୁନିଆ ।
ସୂଚନାଯୋଗ୍ୟ, ସ୍ୱରା ଭାସ୍କର-ଫାହାଦ୍ ଅହମ୍ମଦ ଦୁହେଁ ୨୦୧୯-୨୦ ବେଳେ ଆନ୍ଦୋଳନ ସମୟରେ ପରସ୍ପର ସହିତ ଦେଖା ହୋଇଥିଲେ । ତା’ ପରେ ସାଙ୍ଗ ଆଉ ପ୍ରେମ ସଂପର୍କ ଗଢି ଉଠିବା ପରେ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।