ପ୍ରଥମେ ପୂଜା କରି କ୍ଷମା ମାଗିଲା, ତା’ ପରେ ଲଡୁ ଗୋପାଳଙ୍କୁ ଚୋରାଇ ନେଲା ଚୋର

ପ୍ରଭୁ ମୋତେ କ୍ଷମା କରିଦେବେ । ମୁଁ ଆପଣଙ୍କୁ ଚୋରି କରୁଛି । ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ପୂଜା କରି ଚୋରାଇ ନେଲା ଚୋର । ଉତ୍ତର ପ୍ରଦେଶ ମେରଟରେ ଘଟିଛି ଏଭଳି ଘଟଣା ।

ଭଗବାନ ମୋତେ କ୍ଷମା କରିଦେବେ ’ ମୁଁ ନିରୁପାୟ ହୋଇ ଆପଣଙ୍କୁ ଚୋରି କରୁଛି । ଏମିତି କରି ଠାକୁରଙ୍କୁ ପୂଜା କରିବା ପରେ ଚୋରି କରିଛି ଚୋର । ଉତ୍ତରପ୍ରଦେଶର ମେରଟରେ ଲଡୁ ଗୋପାଳଙ୍କର ମୂର୍ତ୍ତି ଚୋରି କରିବା ବେଳେ ଚୋର ଆପଣାଇଛି ଏଭଳି ଉପାୟ । ଚୋର ପ୍ରଥମେ ସାଧାରଣ ଭକ୍ତଙ୍କ ପରି ମନ୍ଦିରରେ କରିବା ପରେ ମୂର୍ତ୍ତିକୁ ପୂଜା କରି ଚୋରି କରିନେଇଛି। ଚୋରଙ୍କ ଏଭଳି କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଖବର ମୁତାବକ, ମେରଟ ଥାନା ମେଡିକାଲର ପ୍ରଭେଶ ବିହାର କଲୋନୀ ଖଟୁଶ୍ୟାମ ମନ୍ଦିରରୁ ପ୍ରଭୁ ଲଡୁ ଗୋପାଳଙ୍କ ମୂର୍ତ୍ତି ଚୋରି ହୋଇଥିଲା। ମନ୍ଦିରରୁ ମୂର୍ତ୍ତି ଚୋରି ହେବା ପରେ ଲୋକମାନେ ହଙ୍ଗାମା କରିଥିଲେ । ତେବେ ମନ୍ଦିରରୁ କିଭଳି ମୂର୍ତ୍ତି ଚୋରି ହେଲା ତା’ର ସିସିଟିଭି ଯାଞ୍ଚ କରିବା ପରେ ସବୁ ସତ ଜଣାପଡିଯାଇଥିଲା ।

କିଭଳି ଜଣେ ଚୋର ସାଧାରଣ ଭକ୍ତଙ୍କ ପରି ମନ୍ଦିରରେ ପ୍ରବେଶ କରିବା ପରେ ଭଗବାନଙ୍କୁ ଚୋରି ପାଇଁ କ୍ଷମା ମାଗିଥିଲା । ଆଉ ଭଗବାନଙ୍କୁ ପୂଜା କରିବା ପରେ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତି ଚୋରି ହୋଇଥିଲା। ଯାହାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।

ରାଧାଷ୍ଟମୀଙ୍କ ପୂର୍ବରୁ ମନ୍ଦିରରୁ ଲଡୁ ଗୋପାଳଙ୍କ ମୂର୍ତ୍ତି ଚୋରି ହେତୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏନେଇ ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଲଡୁ ଗୋପାଳ ଏବଂ ଚୋରଙ୍କ ପ୍ରତିମାକୁ ପୋଲିସ ଖୋଜୁଛି। ତେବେ ସିସିଟିଭିରେ କଏଦ ହୋଇଥିବା ଚୋରର ପତ୍ତା ଏ ଯାଏଁ ମିଳୁନି ।

Leave A Reply

Your email address will not be published.