ଏଠି ଅଧା ରାସ୍ତାରେ ଗାଡ଼ିରୁ ପେଟ୍ରୋଲ୍ ସରିଗଲେ ଦେବାକୁ ପଡିଥାଏ ଜରିମାନା

ଆପଣ ଦୁନିଆର ଏହି ଅଦ୍ଭୁତ ଟ୍ରାଫିକ ନିୟମ ବିଷୟରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ।

ଭାରତରେ, ଯଦି ଆପଣ ରାସ୍ତାରେ ଗାଡି ଚଲାଇବା ସମୟରେ ନିୟମ ଭାଙ୍ଗିଥାନ୍ତି, ତେବେ ଆପଣଙ୍କ ଗାଡିର ଚାଲାଣ କଟିଥାଏ। ଟ୍ରାଫିକ ପୋଲିସ୍ ଦ୍ୱାରା ସ୍ଥିର କରାଯାଇଥିବା ନିୟମ ପାଳନ ନକଲେ ଅନେକ ଥର ଗାଡି ଜବତ ମଧ୍ୟ କରାଯାଇଥାଏ। ଆପଣଙ୍କୁ ଗାଡିର ସ୍ପିଡ ଉପରେ ବି ଧ୍ୟାନ ଦେବାକୁ ପଡିଥାଏ । କାର ଚଲାଇବା ସମୟରେ ଆପଣଙ୍କୁ ସିଟ୍ ବେଲ୍ଟ ଏବଂ ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବାକୁ ପଡେ। ଏପରି ଅନେକ ନିୟମ ଅଛି । ଆପଣ ଭାରତର ଏହି ସବୁ ନିୟମ ବିଷୟରେ ଅବଗତ ଥିବେ । ଆପଣ କେବେ ଦୁନିଆର ଏହି ଅଦ୍ଭୁତ ଟ୍ରାଫିକ ନିୟମ ବିଷୟରେ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ।

ଜର୍ମାନୀର ହାଇୱେରେ ଆପଣ ଯେତେ ଜୋରରେ ଚାହିଁବେ ଗାଡି ଚଲାଇ ପାରିବେ । ଏଥିପାଇଁ କୌଣସି ପ୍ରକାରର ଦଣ୍ଡ ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ଆପଣଙ୍କ ଗାଡିର ପେଟ୍ରୋଲ ରାସ୍ତା ମଝିରେ ସରିଯାଏ, ତେବେ ଏହା ଏକ ଅପରାଧ ଭାବରେ ପରିଗଣିତ ହୋଇଥାଏ ଏବଂ ଏଥିପାଇଁ ଆପଣଙ୍କୁ ଦଣ୍ଡ କିମ୍ବା ଜରିମାନା ଦେବାକୁ ପଡିପାରେ ।

ଯଦି ଆପଣ ରୁଷିଆର ରାସ୍ତାରେ ଗାଡି ଚଳାଉଛନ୍ତି ଏବଂ ଆପଣଙ୍କ ଗାଡିରେ ଧୂଳି ଲାଗିଛି, ତେବେ ବୁଝିଯାନ୍ତୁ ଯେ ଆପଣ ନିୟମ ଭଙ୍ଗ କରୁଛନ୍ତି । ଏଥିପାଇଁ ଆପଣଙ୍କୁ ସେଠାରେ ଜୋରିମାନା ଦେବାକୁ ପଡିବ । ନିୟମ ଅନୁଯାୟୀ, ପୋଲିସକୁ ଗାଡିର ନମ୍ବର ସ୍ପଷ୍ଟ ଭାବରେ ଦେଖାଯିବା ବାଧ୍ୟତାମୂଳକ ଅଟେ । ସେଥିପାଇଁ ସେଠାକାର ଲୋକମାନେ ସଫା ଗାଡି ଚଲାଇବାକୁ ପସନ୍ଦ କରନ୍ତି ।

ଯଦି ଆପଣ ସ୍ୱିଜରଲ୍ୟାଣ୍ଡରେ ରୁହନ୍ତି ଏବଂ ରବିବାର ଦିନ ନିଜ ଗାଡି ଧୋଇବାକୁ ଚାହାଁନ୍ତି, ତେବେ ଆପଣ ତାହା କରିପାରିବେ ନାହିଁ । ସେଠାରେ ରବିବାର ଦିନ ଗାଡି ଧୋଇବା ନିଷେଧ । ଯଦି କେହି ଏହା କରନ୍ତି ତେବେ ତାଙ୍କୁ ଜରିମାନା ଦେବାକୁ ପଡିଥାଏ ।

ସେହିପରି ଜାପାନରେ, ବର୍ଷାରେ ଗାଡି ଚଲାଇବାବେଳେ, ଆପଣକୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିଥାଏ । କାରଣ ବର୍ଷାରେ ଗାଡି ଚଲାଇବାବେଳେ ଯେମିତି କାହା ଉପରେ ପାଣି ଛିଟା ନପଡେ। ଯଦି ପଡେ ତେବେ ଏହା ନିୟମ ବିରୋଧି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.