Below header

ଆଜି ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ, ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ ବିଭାଗ ସଂପର୍କିତ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର: ଆଜି ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ । ସଂଧ୍ୟାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ । ଏହାପୂର୍ବରୁ ପ୍ରଶ୍ନକାଳରେ ଜଙ୍ଗଲ ଓ ପରିବେଶ ବିଭାଗ ସଂପର୍କିତ ପ୍ରଶ୍ନରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଥିଲେ । ସବୁଜ ମହାନଦୀ ମିଶନରେ ୨୦୨୦-୨୧ ଆର୍ଥିକବର୍ଷରେ ବନୀକରଣ କରାଯିବାର ଲକ୍ଷ୍ୟ ରହିଛି । ସେହିପରି ୧୯ ହଜାର ହେକ୍ଟର ବୃକ୍ଷରୋପଣ କରାଯିବ । ସହରାଞ୍ଚଳରେ ୫ ଲକ୍ଷ ବୃକ୍ଷ ଚାରା ବଣ୍ଟନ କରାଯାଇଥିବା କହିଛନ୍ତି ମନ୍ତ୍ରୀ ।

ସବୁଜ ମହାନଦୀ ମିଶନ ଜରିଆରେ ୮୦ ଲକ୍ଷ ବୃକ୍ଷ ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମିଶନରେ ରାଜ୍ୟର ୨୩ ଜିଲ୍ଲାର ୩୧୫ ବନଖଣ୍ଡରେ ବୃକ୍ଷରୋପଣ କରାଯିବ । ଏହା ଦ୍ୱାରା ମହାନଦୀର ପୂର୍ବବସ୍ଥା ଫେରାଇବା ସହିତ ନଦୀ ପଠାର ସବୁଜ ବଳୟ ସୃଷ୍ଟି, ମୃତ୍ତିକା ସଂରକ୍ଷଣ ଓ ବନ୍ୟ ନିୟନ୍ତ୍ରଣରେ ସହାୟକ ହେବ । ଗ୍ରାମଞ୍ଚଳରେ ରାସ୍ତାର ଦୟନୀୟ ସ୍ଥିତିକୁ ନେଇ ଉଭୟ ଶାସକ ଓ ବିରୋଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ପ୍ରଶ୍ଚିମ ଓଡ଼ିଶାର ବିଭିନ୍ନ କୋର୍ଟରୁ ମାମଲା ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ରାଜ୍ୟ ସରକାର ଏକତରଫା ନିଷ୍ପତ୍ତି ନେଇଥିବା କହିଛନ୍ତି ବିରୋଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.