କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ : କଂଗ୍ରେସ ଓ ବିଜେପି ବି ପ୍ରସ୍ତୁତ କରି ପାରନ୍ତି ରଣନୀତି

ଭୁବନେଶ୍ବର (କେନ୍ୟୁଜ୍) : କାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ୭ ତାରିଖରେ ଆସିବ କାମଚଳା ବଜେଟ୍ । ପ୍ରାୟ ୫୬ ହଜାର କୋଟି ଟଙ୍କାର କାମଚଳା ବଜେଟକୁ ଅନୁମୋଦନ ଦେଇଛି ମନ୍ତ୍ରୀ ପରିଷଦ । ଆଗକୁ ନିର୍ବାଚନ ଥିବାରୁ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ବିଶେଷକରି କାମଚଳା ବଜେଟ୍ ବେଳେ ନୂଆ ଯୋଜନା ଘୋଷଣା ହୁଏନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରି ନପାରନ୍ତି । ଏଥିରେ କେଉଁ ସବୁ କ୍ଷେତ୍ରକୁ ଫୋକସ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଆସନ୍ତା ୧୨ ତାରିଖ ପର‌୍ୟ୍ୟନ୍ତ ଚାଲିବ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ । ବଜେଟ୍ ଅଧିବେଶନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ବିଜେଡି ବିଧାୟକ ଦଳ ବୈଠକ । ସେଠାରେ ବଜେଟ ଅଧିବେଶନ ନେଇ ଆଲୋଚନା କରାଯିବ । ସେହିପରି ବିଜେପି ଓ କଂଗ୍ରେସ ବିଧାୟକଙ୍କ ବୈଠକ ବି ବସିପାରେ । ଉଭୟ କଂଗ୍ରେସ ଓ ବିଜେପି କୃଷି ଏବଂ କୃଷକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିପାରନ୍ତି।
ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ

Leave A Reply

Your email address will not be published.