ରାଜଧାନୀରେ ଧମାଲ ମଚାଇଲେ ସେଲଫି କୁଇନ୍ ନେହା କକ୍କର , ସୁଯୋଗ ମିଳିଲେ ଗାଇବେ ଓଡ଼ିଆ ଗୀତ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱର ଖଣ୍ଡଗିରି ପଡିଆରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ଜଲଓ୍ଵା । ରକ୍ ମ୍ୟୁଜିକର ତାଳେ ତାଳେ ଦର୍ଶକଙ୍କୁ କଲେ ମତୁଆଲା। ଗୋଟିଏ ପରେ ଗୋଟିଏ ସୁପର ହିଟ ଗୀତରେ ଝୁମିଲା ରାଜଧାନୀ । ମିଲେ ହୋ ତୁମ ହମକୋ, ଆଖେଁ ମାରେ, ଦିଲବର, କାଲା ଚଷମା, ଲିଫ୍ଟ ତେରି ବନ୍ଦ ଭଳି ଅନେକ ତାଙ୍କର ସୁପରହିଟ ସଙ୍ଗୀତ ପରିବେଷଣ କରିଥିଲେ ନେହା । ଦ୍ୱିତୀୟ ଥର ପାଇଁ ଓଡିଶା ଆସିଥିବା ନେହା ଓଡ଼ିଆ ଭାଷାକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ସୁଯୋଗ ମିଳିଲେ ଓଡିଆ ସଙ୍ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି ନେହା କକ୍କର ।

Leave A Reply

Your email address will not be published.