Below header

ମୁଢ଼ି ଓ ଚୁଡା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ

ମୁଢ଼ି,ଚୁଡା ଉପରୁ ଲାଗିଥିବା GST ଉଚ୍ଛେଦ ନେଇ ଅର୍ଥମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ପରାମର୍ଶ। ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ ପରାମର୍ଶ ଦେଲେ ବାଚସ୍ପତି।ବାଚସ୍ପତିଙ୍କ ଏ ପରାମର୍ଶ ପରେ ଗୃହ ସ୍ୱାଭାବିକ ହୋଇଥିଲା।ଚୂଡ଼ା, ମୁଢ଼ିରେ ଲାଗିଥିବା GST ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲ। ଶୂନ୍ୟକାଳରେ ଏ ପ୍ରସଙ୍ଗ କଂଗ୍ରେସ ଓ ବିଜେଡି ବିଧାୟକ ଉଠାଇଥିଲେ। କଂଗ୍ରେସ ବିଧାୟକ ଏ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ। ସେହିପରି ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏ ପ୍ରସଙ୍ଗ ଉଠାଇଥିଲେ। ଯଦି କେନ୍ଦ୍ର ସରକାର ଏହାଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ଦାବି କରିଥିଲେ।

କଂଗ୍ରେସ ବିଧାୟକ ତାର ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ଏହା ଗରିବଙ୍କ ପେଟରେ ଲାତ। ଏହା ଉପରେ କମିଟି ହେଉ। GST କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ। କଂଗ୍ରେସର ଅନ୍ୟ ବିଧାୟକ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଲେ। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା। ଚୂଡ଼ା, ମୁଡି, ଖଇ, ଦହି, କ୍ଷୀର, ବଟର ଉପରେ GST ଲାଗୁ ନେଇ ଉଦବେଗ। ଏହା ଦ୍ୱାରା ଗରିବ ଲୋକେ କ୍ଷୀର, ଦହି ଖାଇ ପାରିବେନି। ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି।
ସେପଟେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏହି GST କେବଳ କମ୍ପାନୀ ମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ । ଗ୍ରାମାଂଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.