ଶକ୍ତିମାନ୍‌ ସାଜି ଅଳିଆ ଗାଡ଼ି ଛାତରେ ପୁସ୍‌ଅପ୍‌ ମାରୁଥିଲେ ଯୁବକ, ବାଲାନ୍ସ ବିଗିଡ଼ିବାରୁ ଦୁମ୍‌କିନା ପଡ଼ିଲେ; ଦେଖନ୍ତୁ ତା’ ପରର ଅବସ୍ଥା

ଚଳନ୍ତା ଗାଡ଼ିରେ ଚଢ଼ି ଷ୍ଟାଇଲ୍‌ରେ ପୁସ୍‌ ଅପ୍‌ ମାରିବା ପଡ଼ିଲା ମହଙ୍ଗା। ସିଧା ତଳକୁ ଖସି ଗୁରୁତର ହେଲେ ଯୁବକ। ଯୁବକଙ୍କର ଏଭଳି ଷ୍ଟଣ୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଯୁବକଙ୍କ ଅବସ୍ଥା ଦେଖି ନିୟମ ନ ମାନିବାର ଫଳ ବୋଲି କହୁଥିବା ଦେଖାଯାଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଏଠାରେ ରାସ୍ତାରେ ଯାଉଥିବା ଏକ ଅଳିଆ ଗାଡ଼ି ଉପରେ ଚଢ଼ି ଜଣେ ଯୁବକ ପୁସ୍‌ ଅପ୍‌ ମାରୁଛନ୍ତି। ତା’ପରେ ସେ ସେମିତି ଅଳିଆ ଗାଡ଼ି ଉପରେ ହିଁ ଷ୍ଟଣ୍ଟ ମାରୁଛନ୍ତି। କିନ୍ତୁ ହଠାତ୍‌ ତଳକୁ ଖସି ପଡ଼ୁଛନ୍ତି। ଆଉ ତା’ ପରେ ଦେହ ହାତ ଖଣ୍ଡିଆ ହୋଇଯାଇଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଗୋମତୀ ନଗରର ଅତିରିକ୍ତ ପୋଲିସ କମିଶନର ଶ୍ୱେତା ଶ୍ରୀବାସ୍ତବ ଏହି ଭିଡିଓ ସେୟାର କରି ଲେଖିଛନ୍ତି- ଶକ୍ତିମାନ୍‌ ନୁହେଁ, ବୁଦ୍ଧିମାନ ହୁଅନ୍ତୁ। ଦୟାକରି ଏଭଳି ଘାତକ ଷ୍ଟଣ୍ଟ କରନ୍ତୁ ନାହିଁ।
ଏଡିସିପି ଶ୍ୱେତା ଶ୍ରୀବାସ୍ତବଙ୍କ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ଦୁର୍ଘଟଣା ପରର ଆହତ ଯୁବକଙ୍କ ଫଟୋ ବି ରହିଛି। ତାଙ୍କ ଶରୀରର ଅନେକ ଜାଗାରେ ଆଘାତ ଲାଗିଛି। ସେ ବିଛଣାରୁ ବି ଉଠି ପାରୁନାହାନ୍ତି।

ଏହି ଭାଇରାଲ ଭିଡିଓ ଶନିବାର ରାତିର ବୋଲି କୁହାଯାଉଛି। ସମତା ମୂଳକ ଛକରୁ ନଗର ନିଗମ ଆରଆର ବିଭାଗକୁ ଯାଇଥିବା ରାସ୍ତାରେ ଏହି ଷ୍ଟଣ୍ଟ କରାଯାଇଛି। ପ୍ରାୟ ୨୪ ସେକେଣ୍ଡର ଭାଇରାଲ ଭିଡିଓରେ ଯୁବକ ଚଳନ୍ତା ଗାଡ଼ିର ଛାତରେ ପୁସ୍‌ଅପ୍‌ ମାରୁଛନ୍ତି। ଏହା ପରେ ଶକ୍ତିମାନ ଗୀତର ମ୍ୟୁଜିକ୍‌ରେ କିଛି ସେକେଣ୍ଡ ଠିଆ ବି ହେଉଛନ୍ତି। ତା’ ପରେ ସେ ନିୟନ୍ତ୍ରଣ ହରାଇ ସିଧାସଳଖ ରାସ୍ତାରେ ଦୁମ୍‌ କିନା ପଡ଼ୁଛନ୍ତି। ଏହି ଦୁର୍ଘଟଣାରେ ତାଙ୍କୁ ଗଭୀର ଆଘାତ ଲାଗିଛି। ଏବେ ଶକ୍ତିମାନ ବନିଥିବା ଯୁବକ ବେଡ୍‌ ରେଷ୍ଟ କରୁଛନ୍ତି।

Also Read: ମୁସ୍‌ଲିମ୍‌ ବିଜେପି ମହିଳା ନେତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ସାମ୍ନାକୁ ଆସିଲା ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.