ମୁସ୍‌ଲିମ୍‌ ବିଜେପି ମହିଳା ନେତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବିଜେପି ଅଳ୍ପସଂଖ୍ୟକ ମହିଳା ପ୍ରଦେଶ ଅଧ୍ୟକ୍ଷା ସୁଲତାନା ଖାନ୍‌ଙ୍କ ଉପରେ ରବିବାର ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ବେଳେ ସୁଲତାନା ଖାନ୍‌ ସ୍ୱାମୀଙ୍କ ସହ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ମୁମ୍ବାଇ ମୀରା ରୋଡ ଅଞ୍ଚଳରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ସୁଲତାନା କଷ୍ଟରେ ଚିତ୍କାର କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଗୁରୁତର ସୁଲତାନା ଖାନ୍‌ଙ୍କ ସ୍ୱାମୀଙ୍କ କହିବାନୁସାରେ, ସେମାନେ ରାତି ପ୍ରାୟ ୧୧ଟା ବେଳେ ଡାକ୍ତରଙ୍କୁ ଦେଖା ହେବାକୁ ଯାଉଥିଲେ। ଏହି ସମୟରେ ମୀରା ରୋଡ୍‌ ଅଞ୍ଚଳରେ ୨ ଜଣ ବାଇକ୍‌ ଆରୋହୀ ଆସି ତାଙ୍କ ସାମ୍ନାରେ ଗାଡ଼ି ରଖିଥିଲେ। ତା’ପରେ ସେମାନେ ଗାଳିଗୁଲଜ କରିଥିଲେ ଓ ସୁଲତାନାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୁଲତାନାଙ୍କ ସ୍ୱାମୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।


ପୋଲିସ ସାହାଯ୍ୟରେ ବିଜେପି ନେତ୍ରୀ ସୁଲତାନାଙ୍କୁ ନିକଟସ୍ଥ ଇନ୍ଦିରା ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ପୋଲିସ କହିବାନୁସାରେ, ଏହି ଘଟଣା ପରେ ପୀଡ଼ିତା ଖୁବ୍‌ ଡରି ଯାଇଛନ୍ତି। ସେ ଷ୍ଟେଟ୍‌ମେଣ୍ଟ ଦେବା ସ୍ଥିତିରେ ବି ନାହାନ୍ତି। ଆଜି ଟିକେ ସୁସ୍ଥ ଅନୁଭବ କଲେ ତାଙ୍କ ଷ୍ଟେଟ୍‌ମେଣ୍ଟ ନିଆଯିବ ବୋଲି କହିଛି ପୋଲିସ। ଅନ୍ୟପଟେ ଡାକ୍ତର କହିଛନ୍ତି ଯେ ସୁଲତାନାଙ୍କ ହାତରେ ଦୁଇଟି ସ୍ଥାନରେ ଆଘାତ ଲାଗିଛି।

Also Read: ଚାଲାକି କରି କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଉଛନ୍ତି ଭିକ୍କି! ସାମ୍ନାକୁ ଆସିଲା ପ୍ରାଇଭେଟ୍‌ ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.